ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା'ଜାଗୁଳାଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।

ତିର୍ତ୍ତୋଲ, 22/12/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ରଙ୍କେଇ ଉମାଦେବି ଟିମ୍ ଚମ୍ପିୟାନ।
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା' ଜାଗୁଳାଇ କ୍ରିକେଟ ପଡ଼ିଆରେ ତୃତୀୟ ବର୍ଷର ତୃତୀୟ ସଟ୍ ବାଉଣ୍ଡରି ଧମାକା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ କୁ ଅଲଣା ଗ୍ରାମର ମୁଖ୍ୟ ସ୍ବୈମ୍ୟକାନ୍ତ ସ୍ବାଇଁ ଓ ବସନ୍ତ ପଲାଇ ଉଦ୍ଘାଟିତ କରିଥିବା ବେଳେ ପୁରସ୍କାର ବିବରଣ ଉତ୍ସବରେ ଗରାମ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ ଓ କ୍ରିଡ଼ା ପ୍ରେମୀ ମାନସ ରଞ୍ଜନ ବେହେରା ଯୋଗଦେଇ ଚମ୍ପିୟାନ ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ।ଏହି ଟୁଣ୍ଣାମେଣ୍ଟ ରେ ମୋଟ ୮ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ପୋଦନା ଏକାଦଶ ସହିତ ରଙ୍କେଇ ଉମାଦେବି ଏକାଦଶ ଟିମ୍ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ପୋଦନା ଏକାଦଶ ପ୍ରଥମେ ବ୍ୟାଟିଂ କରି ଦୁଇ ଓଭର ରେ ୧୦ ରନ୍ ସଂଗ୍ରହ କରିଥିଲା। ୧୧ ରନ୍ ର ବିଜୟ ଲକ୍ଷ୍ୟ ନେଇ ଉମାଦେବି ଟିମ୍ ର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ଥିଲେ।ଉମାଦେବି ଏକାଦଶ ଦୁଇ ଓଭର ଶେଷ ବଲରେ ୧୧ ରନ୍ ରନ ସଂଗ୍ରହ କରିଦେଇଥିଲା। ଯାହା ଫଳରେ ରଙ୍କେଇ ଉମାଦେବି ଏକାଦଶ କ୍ରିକେଟ୍ ଟିମ ଚମ୍ପିୟାନ ହୋଇଥିଲା। ବିଜେତା ଓ ଉପବିଜେତା ଟିମ୍ କୁ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ସୁର୍ଯ୍ୟକାନ୍ତ ପାତ୍ର,ବିଶ୍ଵଜିତ କୁଅଁର, ପ୍ରିୟବ୍ରତ କୁଅଁର,ପ୍ରତିରଞନ ନାୟକ ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସମିର ମହାନ୍ତି ଓ ଆଶୁତୋଷ ରାଉତ ଉପସ୍ଥିତ ଥିଲେ।ସ୍କୋରର ଭାବେ ସୌରଭ ବିଶ୍ଵାଳ,ନିଶାନ୍ତ କୁଅଁର ଉପସ୍ଥିତ ଥିଲେ।ଆଗାମୀ ଦିନରେ ଏହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ କ୍ରିଡ଼ା ପ୍ରେମୀ ମାନେ ଦାବି କରିଛନ୍ତି।
Article Image
18