ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ମୃତି ଚାରଣ ସଭା

ଏରସମା, 23/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
କର୍ତ୍ତବ୍ୟ ପରାୟଣରେ ରୁଚିଥିବା ବ୍ୟକ୍ତିତ୍ବ ଧର୍ମାନନ୍ଦ ସ୍ୱାଇଁଙ୍କ ଏକାଦଶାହ ଅବସରରେ,ଏରସମା ବ୍ଲକ୍ ଜପା ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତୋଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ସ୍ୱାଇଁଙ୍କ ଦୀର୍ଘ ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିବା ସହିତ ସେ ଜଣେ,ନିତିନିଷ୍ଟ ସ୍ନେହିଁ,ଓ ଜଣେ ସମୟାନୁବର୍ତ୍ତୀ ପରୋପକାରୀ ଥିଲେ। ଗ୍ରାମବାସୀଙ୍କ ଉନ୍ନତି ପାଇଁ ତାଙ୍କର ଉଦ୍ୟମ ସଦା ଚେଷ୍ଟିତ ଥିଲାବୋଲି କହି ତାଙ୍କର ସ୍ମୃତି ଚାରଣ କରିଥିଲେ। ସମାଜସେବୀ ନିଶାକର ରାଉତଙ୍କ ସଭାପତିତ୍ବରେ ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଏରସମା ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସମବାୟ ବିତ୍ ସମୀର ରଞ୍ଜନ ସ୍ୱାଇଁ,ଏରସମା ବ୍ଲକ୍ ବିଜୁଜନତା ଦଳର ଉପ ସଭାପତି ଲୋକନାଥ ରାଉତ,ଜପା ପଞ୍ଚାୟତ ସମିତି ସଭ୍ୟ ସୁନୀଲ ଗୋଚ୍ଛାୟତ,ବିର କିଶୋର ସ୍ୱାଇଁ,ଅବସର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଖୁଣ୍ଟିଆ, ପୂର୍ବତନ ଅଧ୍ୟକ୍ଷ ମାନସ ସେଠୀ, ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ, ବିଜେପି ରାଜ୍ୟ ସଂପାଦୀକା ସ୍ମିତାରାଣୀ ପ୍ରଧାନ, ଆଇନଜୀବୀ ଶୁଶାନ୍ତ ପଟ୍ଟନାୟକ, କଂଗ୍ରେସର ବରିଷ୍ଠ ନେତୃତ୍ବ ନିତ୍ୟାନନ୍ଦ ଦାସ, ସାମ୍ୟବାଦୀ ନେତା ଶଶିଭୂଷଣ ସ୍ୱାଇଁ, କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ରାଜନ ବେହେରା, ଗଡ଼କୁଜଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ସମ୍ପଦ ସ୍ୱାଇଁ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
Article Image
4