ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗନ୍ନାଥପୁର ତିରଣଠାରେ କିମ୍ସ ପକ୍ଷରୁ ମେଗା ସ୍ୱାସ୍ଥ ଶିବିର ଅନୁଷ୍ଠିତ

ଜଗନ୍ନାଥପୁର, 24/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ତିରଣଠାରେ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କିମ୍ସ ପକ୍ଷରୁ ଏକ ମେଗା ସ୍ୱାସ୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୀଟ,କିସ,କିମ୍ସର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ପ୍ରଫେସର ଡ଼ଃ ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ ।ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭେଷଜ ବିଜ୍ଞାନର ପ୍ରଫେସର ଡ଼ଃ ସି.ବି.କେ ମହାନ୍ତି , କିମ୍ସର ନିର୍ଦେଶକ ଅଜିତ କୁମାର ମହାନ୍ତି , କିମ୍ସର ଡେପୁଟି ଜେନେରାଲ ମ୍ୟାନେଜର ଡାକ୍ତର ହରିଷ ଚୌଧୁରୀ ,ଆର୍ଟ ଅଫ ଲିଭିଂର ଜିଲ୍ଲା ସଂଯୋଜକ ବିଜୟ କୁମାର ସ୍ୱାଇଁ ,କୀଟ କିସର ଆଇନ ନିର୍ଦେଶକ ମନୋରଞ୍ଜନ ପ୍ରଧାନ ,ବିଦ୍ୟାଳୟ ଆଲୁମିନିର ସଭାପତି ଜଗନ୍ନାଥ ଖଣ୍ଡୁଆଳ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଗନ କୁମାର ସାହୁ ,ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଡ଼ଃ ସାମନ୍ତଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ଡ଼ଃ ସାମନ୍ତ ଗ୍ରାମାଞ୍ଚଳର ଗରିବ ଜନ ସାଧାରଣଙ୍କ ପାଖରେ ଉଚ୍ଚମାନର ସ୍ୱାସ୍ଥସେବା ପହଞ୍ଚେଇବା ପାଇଁ କିମ୍ସ ସର୍ବଦା ଆଗଭର ବୋଲି କହିଥିଲେ। ଏହି ଅବସରରେ ଲୋକମାନଙ୍କୁ ୩୦ ରୁ ଉର୍ଦ୍ଧ୍ଵ ବିଭାଗର ଡାକ୍ତର ଉପସ୍ଥିତ ରହି ରୋଗୀମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ସହ ମାଗଣା ଔଷଧ ବିତରଣ କରିଥିଲେ । ଏହି ଶିବିରରେ ୫ ହଜାରରୁ ଉର୍ଦ୍ଧ୍ବ ଲୋକମାନେ ଯୋଗଦେଇ ନିଜର ସ୍ୱାସ୍ଥ ସମସ୍ୟା ସମ୍ବନ୍ଧୀୟ ପରାମର୍ଶ ନେଇଥିଲେ । ପ୍ରାରମ୍ଭରେ ଡ଼ଃ ସାମନ୍ତଙ୍କୁ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳ ୯ଘଟିକା ରୁ ଆରମ୍ଭ କରାଯାଇ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ମେଗା ସ୍ୱାସ୍ଥ୍ୟ ଶିବିର ଚାଲିଥିଲା। ୩୦ଟି ଜିଲ୍ଲା ରେ ଏଭଳି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି କହିଥିଲେ
Article Image
Article Image
1