ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ

ରାୟଗଡ଼ା, 23/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲାରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ରୋକିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାକକ୍ଷରେ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା।
Article Image
ବୈଠକରେ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହଲ ପିପିଟି ମାଧ୍ୟମରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ହେଉଥିବା ବିଷୟରେ ଅବଗତ କରିଥିଲେ l ବିଶେଷ କରି ଜିଲ୍ଲାର ମୁନିଗୁଡା ରାୟଗଡ଼ ଏବଂ କଲ୍ୟାଣ ସିଂହପୁର ବ୍ଲକରେ ବନlଗ୍ନି ଦ୍ୱାରା କ୍ଷୟକ୍ଷତି ହେଉଥିବା ଦେଖାଇଅଥିଲା l ଏହାକୁ ରୋକିବା ନିମନ୍ତେ ପ୍ରୟାସ କରିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
Article Image
ଜିଲ୍ଲାପାଳ ମହୋଦୟ ବନ ବିଭାଗ, ପୁଲିସ ପ୍ରଶାସନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବନାଗ୍ନି ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ବନାଗ୍ନିର କାରଣ ଓ ପ୍ରତିରୋଧ ବିଷୟରେ ଲୋକଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ଜଙ୍ଗଲ ପୋଡି ରୋକିବା ନିମନ୍ତେ ବନ ଉନ୍ନୟନ କମିଟି ଦ୍ୱାରା ସମସ୍ତେ ବନlଗ୍ନୀକୁ ନିରାକରଣ କରାଯାଇ ପାରିବ ବୋଲି କହିଥିଲେ l
18