ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଖରିଡା ମା'ସ୍ବପ୍ନେସ୍ବରୀ ହାଇସ୍କୁଲର ବାର୍ଷିକ ଉତ୍ସବ

ବୁଗୁଡ଼ା, 23/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖରିଡା ଗ୍ରାମର ମା'ସ୍ବପ୍ନେସ୍ବରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ଛାତ୍ରଛାତ୍ରୀ ମାନଙ୍କ ପୁରସ୍କାର ବିତରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ପୌରହିତ୍ଯ କରି କୋମଳମତି ଛାତ୍ରଛାତ୍ରୀ ମାନେ ସମାଜର ମୁଖ୍ଯ ସ୍ରୋତରେ ଚାଲିବାର ସୁଗମ ରାସ୍ତା ଓ ଉତ୍ତମ ଚରିତ୍ର ଗଠନ କରିବାରେ ଅବିଭାବକ ମାନଙ୍କର ଭୁମିକା ରହିଛି ଏଣୁ ବିଦ୍ୟାଳୟର ଶିକ୍ଷା ସହ ବାପା-ମାଆଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ନିଜ ବକ୍ତବ୍ୟରେ ସୁଚନା ଦେଇଥିଲେ।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ସମାଜସେବୀ ଡମ୍ବରୁଧର ସାହୁ ଯୋଗଦେଇ ଥିବାବେଳେ ବରେଣ୍ୟ ଅତିଥି ଭାବେ ବାଲିପଦର କ୍ଳଷ୍ଟର ସି.ଅର.ସି.ସି ବିଶ୍ବଜିତ ପରିଡା, ପ୍ରାକ୍ତନ ଛାତ୍ର ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଦିପ କୁମାର ସାହୁ, ଉ:ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ,ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରଥ, ରବିନ୍ଦ୍ର ନାଥ ବିଷୋୟୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ବିଦ୍ୟାଳୟ ପକ୍ଷରୁ ଉର୍ମିଳା କୁମାରୀ ସ୍ବାଇଁ, ପ୍ରଣିତା ପାଣିଗ୍ରାହୀ, ସତ୍ଯ ନାରାୟଣ ଦାସ, ସୁରେନ୍ଦ୍ର କୁମାର ଗୌଡ, ସନ୍ତୋଷ କୁମାର ପାଣି, ପଦ୍ମଚରଣ ବିଷୋୟୀ, କୈଳାଶ ଚନ୍ଦ୍ର ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
6