ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଏନ୍ ଏ ସି ରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

ବୁଗୁଡ଼ା, 24/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ନଗରର ବଡ଼ଦାଣ୍ଡଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ବଡ଼ ଧାରଣର ମିଶ୍ରଣ ପର୍ବ ନଗର ସଭାପତି କେଦାରନାଥ ମହାରଣା ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ । ବିଜେପି କର୍ମୀ ମାନଙ୍କୁ ନେଇ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଇଥିବା ବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜୀଙ୍କ ଦୃଢ଼ ନେତୃତ୍ୱ ଏବଂ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ବିକଶିତ ଓଡି଼ଶା ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବରେ ବିଜେପି ଦଳରେ ଯୋଗ ଦେଇଥିଲେ। ସମସ୍ତ ନୂତନ ସଦସ୍ୟଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିର ବୃହତ ପରିବାରକୁ ସ୍ବାଗତର ସହିତ ସାମିଲ କରାଇଥିଲେ। ଦଳର ଆଭିମୁଖ୍ୟ ପ୍ରତି ସଚେତନ ହୋଇ ଆପଣମାନେ ଦଳକୁ ଅଧିକ ସଙ୍ଗଠିତ ଓ ସୁଦୃଢ଼ କରିବେ ବୋଲି ମୋର ବିଶ୍ବାସର ସହିତ ଆଶା ପ୍ରକଟ କରିଥିଲେ ମନ୍ତ୍ରୀ। ପୂର୍ବତନ କାଉନସିଲ ବ୍ରଜ ବିହାରୀ ପ୍ରଧାନ ଓ କେ ସୁକୁଟା ପାତ୍ର,ବୁଗୁଡ଼ା ନଗରପାଳଙ୍କ ଚିତ୍ରସେନ ପ୍ରଧାନ ଧର୍ମପତ୍ନୀ ନମିତା ପ୍ରଧାନ ଏ ବେଣୁ ଗୋପାଳ ରାଓ,କେ ଗୋପାଳ ପାତ୍ର,କେ ଅର୍ଜୁନ ରେଡ୍ଡୀ,କେ ଶତୃଘନ ରେଡ୍ଡୀ,କେ ସନ୍ତୋଷ ରେଡ୍ଡୀ,ବାବୁଲା ସ୍ବାଇଁ,ଶିତାଂଶୁ ପଟ୍ଟନାୟକ,ବୈକୁଣ୍ଠ ପାତ୍ର ସମେତ ୪୦୦ ଶହରୁ ଉର୍ଦ୍ଧ ଲୋକ ବିଜେଡି ପରିତ୍ୟାଗ କରିଥିଲେ।ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ପ୍ରଧାନ, ଆଇନଜୀବୀ ହରପ୍ରସାଦ ଦାସ,ସମାଜସେବୀ ଧରଣୀଧର ପଣ୍ଡା, ସନ୍ତୋଷ ସାହୁ,ଜୟନ୍ତୀ ପଢିଆରୀ,ବସନ୍ତ ଦଳେଇ, ସଞ୍ଜୀବ ପାତ୍ର,ହରିକୃଷ୍ଣ ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
Article Image
5