ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଉ ଏରା ପବ୍ଲିକ୍ ସ୍କୁଲର ରଜତ ଜୟନ୍ତୀ ସମାରୋହ ଉଦଘାଟିତ

ବୁଗୁଡ଼ା, 24/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ନିଉ ଏରା ପବ୍ଲିକ୍ ସ୍କୁଲର ରଜତ ଜୟନ୍ତୀ ସମାରୋହ ଉଦଘାଟିତ ହୋଇଯାଇଛି। ସ୍କୁଲ ସଭାପତି କାଳି ଚରଣ ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଆଡିସନାଲ୍ ଏସପି ରଞ୍ଜନ କୁମାର ଦେ , ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅରୁଣ କୁମାର ଖାଡ଼ଙ୍ଗା , ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲା ବେଳେ ସ୍କୁଲ ଅଧ୍ଯକ୍ଷ ଡ.ବୃଷକେତୁ ଦାଶ ଓ ଉପସଭାପତି ବସନ୍ତ କୁମାର ଦଳେଇ ମଞ୍ଚାସୀନ ରହିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମନୋଜ କୁମାର ଦାଶ ଅତିଥି ପରିଚୟ ପ୍ରଦାନ, ବୈଷ୍ଣବ ଚରଣ ଦାଶ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପରିଶେଷରେ ସମ୍ପାଦକ ଅନିଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବ ପରିଚାଳନାରେ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡ, ଶଙ୍କର ନାୟକ, ଗୌରୀ କୁମାର ମିଶ୍ର, ସିମାଞ୍ଚଳ ଦାଶ, ସୁଦିପ୍ତା କୁମାରୀ ମିଶ୍ର, ନମିତା ପଟ୍ଟନାୟକ, ଜ୍ଯୋତ୍ସ୍ନାରାଣୀ ମହାରଣା, ନିବେଦିତା ମିଶ୍ର, ଆଦିତି ପୋଲେଇ, ଆରତୀ ବିଷୋୟୀ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।
Article Image
5