ପାରାଦୀପ ଗଡ, 25/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଏବଂ ୱାକୋ କିକବକ୍ସିଙ୍ଗ ଫେଡେରେସନ ତରଫ ରୁ ଅସ୍ମିତା ଖେଲୋ ଇଣ୍ଡିଆ କିକବକ୍ସିଙ୍ଗ ପ୍ରତିଯୋଗିତା ଓଡିଶା ର ଯାଜପୁର ସ୍ଥିତ ବିଜୁପଟନାୟକ ଇଣ୍ଡୋର ଷ୍ଟାଡିଅମ ରେ ଆସନ୍ତା ଡ଼ିସେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି l
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅସ୍ମିତା ଖେଲୋ ଇଣ୍ଡିଆ ପ୍ରତିଯୋଗିତା କେବଳ ନାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏବଂ ନାରୀ ସଶକ୍ତି କରଣ ରେ ଏହାର ପ୍ରମୁଖ ଭୂମିକା ରହିଛି l କିଭଳି ଭାବରେ ଭାରତ ର ପ୍ରତ୍ୟେକ ଝିଅ ଆତ୍ମରକ୍ଷା କୌଶଳ ଶିଖି ନିଜକୁ ଶକ୍ତିଶାଳୀ କରିପାରିବେ ଏହା ଅସ୍ମିତା ଖେଲୋ ଇଣ୍ଡିଆ ର ମୁଖ୍ୟ ଉଦେଶ୍ୟ l ଏହି ପ୍ରତିଯୋଗିତା ରେ ଜଗତସିଂହପୁର ଜିଲ୍ଲା ରୁ ମୋଟ ୧୦ ଜଣ ପ୍ରତିଯୋଗୀ କୋଚ ଅମର ଜ୍ୟୋତି ରାଉତ ଙ୍କ ନେତୃତ୍ୱ ରେ ଅଂଶଗ୍ରହଣ କରିବେ l ଜଗତସିଂହପୁର ଜିଲ୍ଲା କିକ୍ ବକ୍ସିଂ ସଙ୍ଘ ର ଆଇନ ଉପଦେଷ୍ଟା ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସମସ୍ତେ ପ୍ରତିଯୋଗୀ ମାନଂକୁ ପୁଷ୍ପ ଗୁଛ ଦେଇ ତାଙ୍କର ମଙ୍ଗଳ କାମନା କରିବା ସହିତ ଜିଲ୍ଲା ତଥା ରାଜ୍ୟର ନାଁ ରଖିବାକୁ ପରାମର୍ଶ ଦେଇଥିଲେ l