ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ରେ "ଘର ଘର ସ୍ୱଦେଶୀ ପ୍ରତି ଘରେ ସ୍ବଦେଶୀ" କାର୍ଯ୍ୟକ୍ରମ ଅନୁଷ୍ଠିତ l

ପାରାଦୀପ ଗଡ , 25/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ଚୁନବେଳରି ଗ୍ରାମରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଡାକରାରେ "ଘର ଘର ସ୍ୱଦେଶୀ ପ୍ରତି ଘରେ ସ୍ବଦେଶୀ" କାର୍ଯକ୍ରମ ଉଦ୍ଘାଟିତ ହୋଇଯାଇଛି l
Article Image
ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ନେତୃତ ରେ ପାରାଦୀପ ଗଡ ପଞ୍ଚାୟତ ର ଚୁନବେଲାରି ଗ୍ରାମର ୧୫ ନମ୍ବର ୱାର୍ଡ ରେ ଘରକୁ ଘର ବୁଲି ଘର ଘର ସ୍ୱଦେଶୀ ପ୍ରତି ଘରେ ସ୍ବଦେଶୀ ଶୁଭାରମ୍ଭ କରିବା ସହିତ "ଷ୍ଟିକର" ଲଗାଇବା ସହିତ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କର ନବ ବର୍ଷର ଶୁଭେଚ୍ଛା ପତ୍ର ଓ କ୍ୟାଲେଣ୍ଡର ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି ର ପଞ୍ଚାୟତ ପ୍ରଭାରୀ ଶ୍ରୀଯୁକ୍ତ ଅଲେଖ ମାହାରଥା, ଚନ୍ଦ୍ର ଶେଖର ଚୌଧୁରୀ, ବିଚିତ୍ର ପ୍ରଧାନ, ୱାର୍ଡ଼ ସଭ୍ୟ ସଚ୍ଚିଦାନନ୍ଦ ମହାପାତ୍ର, ରାମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କାର୍ଯକ୍ରମ କୁ ତ୍ଵରାନିତ କରିଥିଲେ l ଆଗାମୀ ଏକ ସପ୍ତାହ ମଧ୍ୟରେ ପଞ୍ଚାୟତ ରେ ଥିବା ୨୫ ଟି ୱାର୍ଡ ରେ ଏହି ଅଭିଯାନ କାର୍ଯକ୍ରମ ଜାରି ରହିବ ବୋଲି ଶ୍ରୀଯୁକ୍ତ ବେହେରା ଙ୍କ ଠାରୁ ପ୍ରକାଶ l
Article Image
Article Image
Article Image
4