ଏରସମା, 25/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଦୂରତା କମେଇବା ପାଇଁ ଜଗତସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର ପୋଲିସ ତରଫରୁ ସୁନ୍ଦର ପ୍ରୟାସ କରାଯାଇଛି| ଗୋଟିଏ ସୁସ୍ଥ ବାତାବରଣ ମଧ୍ୟରେ ଆଜି ଡିସେମ୍ବର ୨୫ ବଡଦିନରେ ଢ଼ିଙ୍କିଆ ଗ୍ରାମର JSW Utakl Steel- mini Stadium ରେ ଭାଇଚାରାର ବାର୍ତା ନେଇ ପୋଲିସ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ନିମନ୍ତେ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଇଥିଲା| ନିର୍ଧାରିତ ୧୫ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ଟସ୍ ଜିଣି ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ ଏକାଦଶ ର ଅଧିନାୟକ ପ୍ରଶାନ୍ତ ଲେଙ୍କା ବୋଲିଂ ର ନିଷ୍ପତ୍ତି ନେଇ ଅଭୟଚାନ୍ଦପୁର ପୋଲିସ ଏକାଦଶର ଅଧିନାୟକ ଥାନା ଅଧିକାରୀ ସମୀର ରଞ୍ଜନ ରାଉତଙ୍କ ଟିମ୍ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ| ପ୍ରଥମେ ବ୍ୟାଟିଂ କରି ପୋଲିସ ଏକାଦଶ ନିର୍ଧାରିତ ୧୫ ଓଭରରେ ତିନି ଗୋଟି ଉଇକେଟ୍ ହରାଇ ନିକୁଞ୍ଜ ବିହାରୀ ଦାସଙ୍କ ଦମଦାର ଶତକ ବଳରେ ବିଶାଳ ୧୬୫ ରନ୍ ସଂଗ୍ରହ କରିଥିଲା || ଏହାର ଜବାବରେ ପଞ୍ଚାୟତ ଏକାଦଶ ନିର୍ଧାରିତ ୧୫ ଓଭର ମଧ୍ୟରେ ୧୪.୩ ଓଭରରେ ତିନୋଟି ବଲ ବାକି ଥାଇ ଦିପକ ନାୟକଙ୍କ ଦମଦାର ଅର୍ଧଶତକ ବଳରେ ୬ Wicket ବାକିଥାଇ ୧୬୯ ରନ୍ ସଂଗ୍ରହ କରି ବିଜୟୀ ହୋଇଛି| ଏହି ମ୍ୟାଚ କୁ ଦୁଇ ଦକ୍ଷ ଅମ୍ପାୟାର ହେମନ୍ତ ସ୍ୱାଇଁ ଏବଂ ଟୁକୁନା ଲେଙ୍କା ପରିଚାଳନା କରିଥିଲେ| ଏହି ମ୍ୟାଚ ରେ ଅଭୟଚାନ୍ଦପୁର ପୋଲିସ ଏକାଦଶର ତରଫରୁ ଅଧିନାୟକ ଥାନା ଅଧିକାରୀ ସମୀର ରଞ୍ଜନ ରାଉତ , କୋଚ୍ - ମାନସିଂ ହେମ୍ରମ, ମ୍ୟାନେଜର- ନିରୋଦ କୁମାର କାନୁନଗୋ, ଉତ୍କଳ ପ୍ରଧାନ, ଧର୍ମରାଜ ସେଠ୍, ଅଭୟ ବେହେରା ପ୍ରମୁଖ ଭାଗନେଇ ଥିବାବେଳେ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ ଏକାଦଶ ତରଫରୁ ଅଧିନାୟକ ପ୍ରଶାନ୍ତ ଲେଙ୍କା, ନିତ୍ୟାନନ୍ଦ ସ୍ୱାଇଁ,ହୃଦାନନ୍ଦ ରାଉତ, ସଂଗ୍ରାମ ସ୍ୱାଇଁ, ପୁନଚନ୍ଦ୍ର ଜେନା,ଦିପକ ନାୟକ, କାଳନ୍ଦୀ ଓଝା, ବିକ୍ରମଜୀତ୍ ସାମନ୍ତରାୟ, ପ୍ରଭାତ କୁମାର ରାଉତ, ସୁରେଶ ମହାନ୍ତି, ସୁଶିଲ ଭୋଳ ପ୍ରମୁଖ ଖେଳାଳି ଭାଗ ନେଇଥିଲେ| ମ୍ୟାଚ ପରିଚାଳନା ସହିତ ଆୟୋଜନ ରେ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ ତରଫରୁ ଢ଼ିଙ୍କିଆ ଗ୍ରାମ ର ବହୁ ମୁରଵୀ ଶ୍ରେଣୀୟ ବ୍ୟକ୍ତି ଏବଂ ଯୁବ ଗୋଷ୍ଠୀ ଙ୍କ ତରଫରୁ ସୁଶିଲ ସ୍ୱାଇଁ, ସୁଶାନ୍ତ କୁମାର ରାଉତ, ଲିପୁ ସାହୁ, କାହ୍ନୁ ଦାସ, ସୁନଜ ରାଉତ, ମନୋରଞ୍ଜନ ସ୍ୱାଇଁ ( ଲିପୁ) , ସନ୍ତୋଷ ଦଳେଇ, ସଞ୍ଜୟ ମହାନ୍ତି, ସୁଜନ ମହାପାତ୍ର, ପ୍ରମୁଖ ମ୍ୟାଚ ପରିଚାଳନା ରେ ସହଯୋଗ କରିଥିଲେ!! ସମ୍ପୁର୍ଣ୍ଣ ଧାରାବିଵରଣୀ ଦୁଇ ବକ୍ତା ଶିଶିର ସେଠୀ ଏବଂ ପ୍ରଦିପ ସ୍ୱାଇଁ ପ୍ରଦାନ କରିଥିଲେ|