ଯାଜପୁର, 25/12/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ରସୁଲପୁର ବ୍ଲକ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର ଜଗତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯାଜପୁର ଜିଲ୍ଲା ଯାଦବ ମହାସଭା ତରଫରୁ ପବିତ୍ର ବଡଦିନ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି ଏହି ବନ୍ଧୁମିଳନ ର ମୁଖ୍ୟ ଯାଜପୁର ଜିଲ୍ଲା ଯାଦବ ମହାସଭା ର ସ୍ଥାୟୀ ସଭାପତି ରାମଚନ୍ଦ୍ରବେହେରା,ଜିଲ୍ଲା ମୁଖ୍ୟ ପରାମର୍ଶଦାତା ପ୍ରଦ୍ମାକର ଗୁରୁ, ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରି ସଭାପତି ଯତି ,ସାଧାରଣ ସମ୍ପାଦକ ମନୋଜ କୁମାର ଦାସ,ଯାଜପୁର ଜିଲ୍ଲା ଯାଦବ ମହାସଭା ର ଉପ ସଭାପତି ନିତ୍ୟାନନ୍ଦ ବେହେରା,ଜିଲ୍ଲା ଯୁବ ଯାଦବ ମହାସଭା ର ସଭାପତି ପ୍ରସନ୍ନ କୁମାର ବେହେରା,ବଡ଼ଚଣା ବ୍ଲକ ସଭାପତି ଧୁଲେଶ୍ୱର ଦାସ, ବରୀ ବ୍ଲକ ସଭାପତି ବିପିନୀ ବିହାରୀ ଦାସ,ରସୁଲପୁର ବ୍ଲକ ସଭାପତି ବାସୁଦେବ ପଲେଇ,ସୁକିନ୍ଦା ବ୍ଲକ ସଭାପତି ପରମାନନ୍ଦ ନାୟକ,ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତ ଦାସ,ନବଘନ ବଟ,ସୁଶାନ୍ତ ବାରିକ,ଅଶୋକ ଦାସ,ଜଳଧର ବାରିକ,ତପନ କୁମାର ବେହେରା,ପ୍ରମୁଖ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ କହିଲେ ଆଗାମୀ ଦିନରେ କିଭଳି ଜିଲ୍ଲା ଯାଦବ ମାନଙ୍କର ବିକାଶ ହୋଇପାରିବ ତା ଉପରେ ମତ ପ୍ରକାଶ କରିଥିଲେ