ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୮ ତମ ଜନ୍ମ ମହୋତ୍ସବ ଓ ତତ ସହିତ ରାହାମା ସତସଙ୍ଗ ବିହାରର ବାର୍ଷିକ ଉତ୍ସବ ପାଳିତ

ରାହାମା, 25/12/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାରଉତ୍ତର ପାର୍ଶ୍ୱ ରେ ଥିବା ରାହାମା ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚଂଦ୍ର ଙ୍କର ୧୩୮ତମ ଜନ୍ମ ଉତ୍ସବ ସହିତ ସତସଙ୍ଗ ବିହାରର ବାର୍ଷିକ ଉତ୍ସବ ସାରା ଦିବସବ୍ୟାପି ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହେଇଯାଇଛି।ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ଉଷାକୀର୍ତନ, ଉଷା ବିନତି ନାମ ଜପ, ସଦଗ୍ରନ୍ଥ ପାଠ, ପ୍ରଣାମ ନିବେଦନ, ସ୍ୱସ୍ତି ପତାକା ଉତ୍ତୋଳନ, ଉତ୍ସବ ର ଶୁଭ ଉଦବୋଧନ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ରଥାରୂଢ ଶ୍ରୀଶ୍ରୀଠାକୁର ଙ୍କ ପ୍ରତିକୃତି ସହ ନଗର ପରିକ୍ରମା, ପ୍ରସାଦ ସେବନ, ଯୁବ ସମ୍ମିଳନୀ, ସଂଧ୍ୟା ବିନତି ପ୍ରାର୍ଥନା, ସଂଗୀତାଞ୍ଜଳି, ସତସଙ୍ଗ ସଦାଲୋଚନା,ପ୍ରସାଦ ସେବନ, ବିଚିତ୍ରାନୁଷ୍ଠାନ, ଆତସବାଜି ପ୍ରଦର୍ଶନ ପ୍ରଭୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କର୍ଯ୍ୟକ୍ରମରେ ଦେଓଘର ଆଶ୍ରମ ର ରୁ ସତସଙ୍ଗ ର ସମ୍ପାଦକ ଡ଼ଃ ବିନାୟକ ମହାପାତ୍ର, ସହ ସମ୍ପଦକ ଶ୍ରୀଧର ସୁନ୍ଦର ମିଶ୍ର, ସତସଙ୍ଗ ର ଇ. ରଞ୍ଜିତ କୁମାର ମୁଦୁଲି, କବିଚନ୍ଦ୍ର ମହାନ୍ତି, ସତ୍ୟବାନ ତ୍ରିପାଠୀ, ବିରେନ୍ଦ୍ର ରାଉତ, ଦୀପକ ରଞ୍ଜନ ରାଜଗୁରୁ, ନିରୋଦ ଆଚାର୍ଯ୍ୟ, ଅକ୍ଷୟ କୁମାର ପାଳ, ହୃଷିକେଶ ଆଚର୍ଯ୍ୟ,ମୁଖ୍ୟ ଆଲୋଚକ କେଦାରନାଥ ମହାନ୍ତି, କୁଜଙ୍ଗ ବିଡ଼ିଓ ଦୀପକ ରଞ୍ଜନ ସ୍ବାଇଁ, ସୂର୍ଯ୍ୟ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ନିଶୁଳ୍କ ରୋଗୀ ଚିକିତ୍ସା ଶିବିରକୁ ଡ଼ଃ ଲଗ୍ନଜିତ ଦାସ, ଡ଼ଃ ଆଶିଷ କୁମାର ମହାନ୍ତି, ଡ଼ଃ ନନ୍ଦ ଦିୟୁତି ଆଚାର୍ଯ୍ୟ, ପରିଚାଳନା କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପରିବେଶଣ କରିଥିଲେ।ପ୍ରାୟ ଦଶହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏହି ସତସଙ୍ଗ ରେ ଯୋଗେଦେଥିଲେ।କାର୍ଯକର୍ମକୁ ସତସଂଘ ବିହାର ର ପରିଚାଳକ ବିଜୟ କୁମାର ମହାନ୍ତି, ସ୍ଥାନୀୟ ଭାଇ ଓ ମା ମାନଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା.
Article Image
51