ଏରସମା, 26/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି।ଭାରତରତ୍ନ ଅଟଳଜୀ ସ୍ମୃତି ପରିଷଦ,ଜପାର ସମ୍ପାଦକ ଅଜୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ,ବାଜପେୟୀ ଥିଲେ ନୀତି ଓ ଆଦର୍ଶର ଅନିର୍ବାଣ ଦୀପଶିଖା।ତାଙ୍କ ଶାସନ କାଳରେ ସ୍ୱଚ୍ଛତାକୁ ପ୍ରାଥମିକତା ଦେଇଥିଲେ।ଦେଶରୁ ଭୂ,ଭୟ ଓ ଭ୍ରଷ୍ଟାଚାରକୁ ଦୂରେଇ ଦେବାପାଇଁ ତାଙ୍କର ଉଦ୍ୟମ ଏବଂ ଅନ୍ତୋଦୟ,ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ତାଙ୍କର ଅନନ୍ୟ ଉଦାହରଣ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତି,ପରିଷଦର ଅଧ୍ୟକ୍ଷ ନୃସିଂହ ସାହୁ,ନିର୍ଲିପ୍ତ ଜେନା,ଏମପିଙ୍କ ପ୍ରତିନିଧି ଯାଟାଧାରୀ ସ୍ୱାଇଁ, କୃଷକ ନେତା ତପନ କୁମାର ବେହେରା, ଅକ୍ଷୟ କୁମାର ସ୍ୱାଇଁ, ଅମରେନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ହୋଇ ଅଟଳଜୀଙ୍କ ଆଦର୍ଶ ଜୀବନ ଉପରେ ଆଲୋକପାତ କରିଥିଲେ l ଏଥିରେ ଏରସମା ଥାନା ଆଇଆଇସି ପ୍ରେମଜୀତ ଦାସଙ୍କୁ ଅଟଳ ସେବା ସମ୍ମାନ ଓ ନାଟ୍ୟକାର ରଘୁନାଥ ସାହୁଙ୍କୁ ଅଟଳ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା l ଏଥିରେ ଅନୁଷ୍ଠାନର ମୁଖପତ୍ର "ଅଟଳ ଜ୍ୟୋତି"କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହି ଉପଲକ୍ଷେ ଆଜି ପ୍ରଭାତରେ ଜପା ବଜାରରେ ଥିବା ଅଟଳଜୀଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପକ୍ଷରୁ ପୁଷ୍ପ ମାଲ୍ୟର୍ପଣ ସହିତ ଏରସମା ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା l