ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଗଣାରେ ୫୦ ହେଲିମେଟ ପ୍ରଦାନ।

ଟିକିରି, 30/01/2025, ଉତ୍କଳ voice news - utkalvoicenews.com କାଶୀପୁର ବ୍ଲକର ଟିକିରି ରେ ଗୁରୁବାର ଦିନ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ନେଇ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନ ର ଛାତ୍ରୀ ଛାତ୍ର ସହର ରେ ସଚେତନ ତା ବାର୍ତ୍ତା ଦେଇଥିଲେ।
Article Image
ଏହି କାର୍ଯ୍ୟକ୍ରମ ରେ ରାୟଗଡା ପରିବହନ ଅଧିକାରୀ ଯୋଗ ଦେଇ ବାଇକ ଚାଳନା ବେଳେ ହେଲିମେଟ ପିନ୍ଧିନଥିବା ୩୦ ଜଣ ଚାଳକ ଙ୍କୁ ମାଗଣାରେ ହେଲିମେଟ ପ୍ରଦାନ କରିଥିଲେ। ସେହିପରି ସ୍ଥାନୀୟ ସ୍ବେଛାସେବୀ ହରପ୍ରସାଦ ନାୟକ ମାଗଣା ରେ ୨୦ ଗୋଟି ହେଲିମେଟ ପ୍ରଦାନ କରିଥିଲେ।ଏହିକାର୍ଯ୍ୟକ୍ରମ ରେ ସ୍ଥାନୀୟ ଥାନା ଅଧିକାରୀ ବିଶ୍ଵବନ୍ଦିନୀ ବାଗ, ଏସ୍ଡ଼ିପିଓ ରଶ୍ମି ରଞ୍ଜନ ସେନାପତି ଙ୍କ ସମେତ ପୋଲିସ କର୍ମଚାରୀ, ସାଧାରଣ ଜନତା ଯୋଗ ଦେଇଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
9