ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦିତ୍ୟ ଆଲୁମିନା ରିଫାଇନେରୀ ଆୟୋଜନ କଲା ଚକ୍ଷୁ ପରୀକ୍ଷା ଶିବିର

ରାୟଗଡ଼ା, 26/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଆଦିତ୍ୟ ଆଲୁମିନା ରେଫାଇନାରୀ, ନିଜର CSR (କର୍ପୋରେଟ ସାମାଜିକ ଦାୟିତ୍ଵ) ପୋଡ଼ାପାଡ଼ି ପଞ୍ଚାୟତ ଅଞ୍ଚଳରେ ଏକ ସଫଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଦୃଷ୍ଟି ଦୋଷ, ମୋତିଆ ବିନ୍ଦୁ (କ୍ୟାଟାରାକ୍ସ) ଚିହ୍ନଟ ଓ ରେଟିନା ରିଫ୍ରାକ୍ସନ ପରୀକ୍ଷା । ଏହି ଚକ୍ଷୁ ପରୀକ୍ଷା ଶିବିରଟି ରାୟଗଡ଼ା ସ୍ଥିତ ଏଲ୍.ଭି. ପ୍ରସାଦ ଆଖ୍ ହସ୍ପିଟାଲର ଚିକିତ୍ସକ ଦଳଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଏସ୍.କେ. ମିଶ୍ର (ଚେୟାରମ୍ୟାନ), ଶ୍ରୀ ମଳହେର ବେଗ୍
Article Image
(ପ୍ରେସିଡେଣ୍ଟ ଏବଂ ଇଉନିଟ୍ ହେଡ୍, ଆଦିତ୍ୟ ଆଲୁମିନା ରେଫାଇନାରୀ, କଂସାରୀଗୁଡ଼ା), ଡାକ୍ତର ରାଉତ (ଭାଇସ୍ ପ୍ରେସିଡେଣ୍ଟ, କର୍ପୋରେଟ ଅଫେୟର୍ସ), ଶ୍ରୀ ଦୀପକ ମହାନ୍ତି (ହେଡ୍ - HR, IR ଏବଂ CSR) ଏବଂ ଶ୍ରୀ ତନ୍ମୟ ମହାନ୍ତି
Article Image
(ପ୍ରକଳ୍ପ ଅଧିକାରୀ- CSR ଏବଂ R&R) ଉପସ୍ଥିତ ଥିଲେ। ଏହି ଅବସରରେ ରେଫାଇନାରୀ ପକ୍ଷରୁ ସ୍ଥାନୀୟ ସମୁଦାୟ ସହିତ ଥ‌ିବା ସମ୍ପର୍କକୁ ମଧ୍ଯ ଉଜାଗର କରାଯାଇଥିଲା । ପୋଡ଼ାପାଡ଼ି ପଞ୍ଚାୟତ ଅଧୀନରେ ଥ‌ିବା ୧୪ଟି ଗ୍ରାମରୁ ମୋଟ ୧୭୩ ଜଣ ଲୋକ ଏହି ଚକ୍ଷୁ ପରୀକ୍ଷା ଶିବିରରେ ଅଂଶଗ୍ରହଣ କରିଥିଲେ। ଉଚ୍ଚମାନର ଆଧୁନିକ ଚିକିତ୍ସା ଯନ୍ତ୍ରପାତି ବ୍ୟବହାର କରି ମୋତିଆବିନ୍ଦୁ, ରେଟିନା ରିଫ୍ରାକ୍ସନ ଏବଂ ସାଧାରଣ ଦୃଷ୍ଟି ଦୋଷର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାଗୁଡ଼ିକ ଏଲ୍. ଭି. ପ୍ରସାଦ ଆଖ୍ ହସ୍ପିଟାଲର ଅନୁଭବୀ ଚିକିତ୍ସକମାନଙ୍କ ଦ୍ବାରା କରାଯାଇଥିଲା। ପରବର୍ତୀ ଚିକିତ୍ସା ବ୍ୟବସ୍ଥା ଅନ୍ତର୍ଗତ, ଯେଉଁ ରୋଗୀମାନଙ୍କର ଦୃଷ୍ଟି ଦୋଷ ଚିହ୍ନଟ ହୋଇଛି, ସେମାନଙ୍କୁ ଚହ୍ନା (ରିଫ୍ରାକ୍ଟିଭ୍ ଲେନ୍ସ) ପ୍ରଦାନ କରାଯିବ ଏବଂ ଯେଉଁମାନଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଛି, ସେମାନଙ୍କୁ ଆଗାମୀ ଦିନରେ ଅପରେସନ ପାଇଁ ପଠାଯିବ। ଏହି ପଦକ୍ଷେପ ଆଦିତ୍ୟ ଆଲୁମିନା ରେଫାଇନାରୀଙ୍କ ଦ୍ବାରା ଆକପାଖ ଅଞ୍ଚଳରେ ଉତ୍ତମ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ପାଇଁ ଚାଲୁଥ‌ିବା ନିରନ୍ତର CSR ପ୍ରୟାସକୁ ପ୍ରତିଫଳିତ କରେ।
5