ଢେଙ୍କାନାଳ, 26/12/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିବା ୧୦ଟା ରୁ ୧୧ଟା ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ଡାକ୍ତର ସଂଘ ପକ୍ଷରୁ ଓଡିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ ( ଓଏସ୍ଏସ୍ଏ)ର ନିର୍ଦ୍ଦେଶ କ୍ରମେ ସମସ୍ତ ବର୍ହିବିଭାଗ ବନ୍ଦ କରାଇଥିଲା । କିନ୍ତୁ ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଇଥିଲା। ଯେ ପର୍ଯ୍ୟନ୍ତ ସରକାର ଡାକ୍ତରମାନଙ୍କର ୧୩ଦଫା ଦାବି ପୂରଣ ନକରିଛନ୍ତି ରାଜ୍ୟ ଓ.ଏମ୍.ଏସ୍.ଏ.ର ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଚାଲୁ ରହିବ ବୋଲି ଡାକ୍ତର ନିଳମଣି ଦିଲ୍ଲୀପ ଚାନ୍ଦ ବେହେରା, ଡାକ୍ତର ରଂଜନ କୁମାର ସାମଲ, ଡାକ୍ତର ସତ୍ୟ ନାରାୟଣ ମହାପାତ୍ର, ଡାକ୍ତର ପ୍ରଦୋତ ବେହେରା, ଡାକ୍ତର ଅଭିମନ୍ୟୁ ଆଚାର୍ଯ୍ୟ, ଡାକ୍ତର ନମିତା ପଟ୍ଟନାୟକ ପ୍ରମୁଖ ପ୍ରକାଶ କରିଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଡାକ୍ତର ଅଂଶଗ୍ରହଣ କରିଥିଲେ ।