କୁଜଙ୍ଗ , 26/12/2025, ଉତ୍କଳ voice news - utkalvoicenews.com*( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*

କୁଜଙ୍ଗ ବ୍ଲକ ଅଧିନସ୍ଥ ସାଇଲୋ ପଞ୍ଚାୟତ ର ବଟେଶ୍ୱର ଉପ୍ରା. ବିଦ୍ୟାଳୟ ହରିପୁର ର 2009-2010 ବ୍ୟାଚ ଛାତ୍ର ଛାତ୍ରୀ ମାନେ ହରିପୁର ଠାରେ ଥିବା ଜଙ୍ଗଲରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଛି ଛାତ୍ର ସ୍କୁଲ ର ସେହି ଦିନର କିଛି ପୁରୁଣା ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଯୋଗ କରିଥିଲେ । ସେଥି ମଧ୍ୟ୍ୟରୁ ପ୍ରମୁଖ ବନ୍ଧୁ ମାନେ ସବୁ ଦିବ୍ୟସ୍ମୁତି ସ୍ୱାଇଁ, ତାପସ ଦାସ, ରାଜା ଦାସ, ଆଶିଷ ଖୁଣ୍ଟିଆ, ଜଗା ଦାସ, କାହ୍ନl ନାୟକ, ଚିନା ଦାସ, ଲଷ୍ମୀ ନାନୀ, ଚିନୁ ରାଉତ, ଅନ୍ନପୂର୍ଣ୍ଣା ଦାସ, ସ୍ମୃତିରେଖା, ଅନୁପମା ରାଉତ, ରଂଜିତା, ପିନାକୀ ମିଶିକି ଚଳିତ ବର୍ଷ 2009-2010 ବ୍ୟାଚ୍ ର ସାଙ୍ଗ ମାନଙ୍କୁ ଏକଜୁଟ କରିବାରେ ସକ୍ଷମ ହୋଇ ଭୋଜି ଭାତ ର ଆୟୋଜନ କରିଥିଲେ। ଏହି ବନ୍ଧୁ ମିଳନ କର୍ଯ୍ୟକର୍ମ ରେ20 ରୁ ଉର୍ଦ୍ଧ ସାଙ୍ଗ ମାନେ ଯୋଡି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ ବହୁଦିନ ପରେ ପୁରୁଣା ବନ୍ଧୁ ମାନଙ୍କୁ ପାଇ ବନ୍ଧୁ ମାନେ ସ୍ପରସ୍ପର ଭିତରେ ସେଇ ଦିନର ପୁରୁଣା ସ୍ମୃତିକୁ ମନେ ପକାଇ ଆତ୍ମ ବିଭୋର ହୋଇ ପଡିଥିଲେ । ସେହିପରି ପରସ୍ପର କୁ ଆଲିଙ୍ଗନ କରି ନିଜ ଭିତରେ କୃତଜ୍ଞତା ପ୍ରକାଶ କରିଥିଲେ । ପ୍ରତ୍ୟେକ ବନ୍ଧୁ ଅନେକ ଦିନ ପରେ ଦେଖା ହୋଇ ଥିବାରୁ ନିଜ ନିଜ ଅଭୁଲା ସ୍ମୃତି କୁ ବଖାଣି ଥିଲେ । ସମସ୍ତଙ୍କ ମନ ଭିତରେ ଥିଲା ସେହି ପିଲା ଦିନର ଖୁସି ମୁହୂର୍ତ୍ତ। ପରିଶେଷରେ ସମସ୍ତ ସାଙ୍ଗ ମାନେ ଏକାଠି ହୋଇ ସମସ୍ତ ସାଙ୍ଗ ଙ୍କୁ ଏକାଠି କରିଥିବା କିଛି ଆଗଧାଡିର ପିଲା ମାନଙ୍କୁ ଧନ୍ୟବାଦ ଦେବା ସହ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୁଣି ଆଗାମୀ ବର୍ଷ ୨୦୨୬ ଡିସେମ୍ବର ମାସରେ ପାଳନ କରିବେ ବୋଲି ସବୁ ସାଙ୍ଗମାନେ ମିଶି ପ୍ରତିଶ୍ରୁତି ଦେଇଥିଲେ ।