କୁଜଙ୍ଗ / ଅଗପାଳ, 26/12/2025, ଉତ୍କଳ voice news - utkalvoicenews.com*( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*

କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ସ୍ଥିତ ଜବହାରଲାଲ ନେହେରୁ ହାଇସ୍କୁଲ ର 1995 ବ୍ୟାଚ ମାଟ୍ରିକ ବିଦ୍ୟାର୍ଥୀଙ୍କ ଏକ ସମାବେଶ ସାଇଲୋ ପଞ୍ଚାୟତ ହରିପୁର ନଦୀ ପଠା ଜଙ୍ଗଲ ରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ସହ ଜଗନ୍ନାଥ ସ୍ତୁତି, ପରେ ସ୍ବାଗତ ସଙ୍ଗୀତ ଓ ଅନୁଭୂତି କଥନ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇ ଥିଲା। ଦୀର୍ଘ ୩୦ ବର୍ଷ ତଳର ବର୍ଷା, ବୈଶାଖ ଓ ବସନ୍ତ ସ୍ମ୍ତତି ମଧୁର ଅନୁଭବ ବଖାଣି ଥିଲେ ପୁରାତନ ଛାତ୍ର ଶିବ ପ୍ରସାଦ ପାତ୍ର, ଜୟନ୍ତ ନାୟକ, ସତ୍ୟଜିତ ପରିଡ଼ା, ପ୍ରକାଶ ସାହୁ, ଦିଲୀପ ଦାସ , ଭାରତୀ ପଣ୍ଡା, ଆଶୁତୋଷ ମହାପାତ୍ର, ତୁଷାର ରଶ୍ମି ନାଥ, କୈଳାଶ ବେହେରା, ରାଜ ଲକ୍ଷ୍ମୀ ହାତୀ ପ୍ରମୁଖ। ପ୍ରାକୃତିକ ପରିବେଶ ରେ ସପରିବାର ଏହି ବନ୍ଧୁ ମିଳନ ରେ ମ୍ୟୁଜିକ ଚେୟାର ଖେଳ ରୋମାଞ୍ଚ କରିଥିବା ବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଜୟ କୁମାର ସାମନ୍ତରାୟ ଓ କିରାଣୀ କୁଳମଣି ବାବୁଙ୍କ ସହ ସହପାଠୀ ସତ୍ୟ ବ୍ରତ ଶତପଥୀଙ୍କ ଅକାଳ ବିୟୋଗ ରେ ଶୋକ ଓ ନୀରବ ପ୍ରାର୍ଥନା କରାଯାଇଥିଲା। ଶିବ ପ୍ରସାଦ ପାତ୍ର, ଜୟନ୍ତ ନାୟକ, ସତ୍ୟଜିତ ପରିଡ଼ା, ପ୍ରକାଶ ସାହୁ, ଦିଲୀପ ଦାସ , ଭାରତୀ ପଣ୍ଡା, ଆଶୁତୋଷ ମହାପାତ୍ର, ତୁଷାର ରଞ୍ଜନ ନାଥ, କୈଳାଶ ବେହେରା, ରାଜ ଲକ୍ଷ୍ମୀ ହାତୀ ସହଯୋଗ ର ହାତ ବଢ଼ାଇ ଥିଲେ.