ଏରସମା, 27/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ଆଞ୍ଚଳିକ ଯୁବ ପରିଷଦ ଆନୂକୁଲ୍ୟରେ ଆୟୋଜିତ,ଏରସମା ପ୍ରିମିଅର୍ ଲିଗ୍ ଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଛି।ଆଜିର ଫାଇନାଲ ମ୍ୟାଚରେ ବିଲିଭର୍ସ ସୁପର ଜିଆଣ୍ଟସକୁ ପରାସ୍ତ କରି ଚାମ୍ପିଅନ ହୋଇଛି।ଆଜି ସୁପର ଜିଆଣ୍ଟସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା।ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ଉଇକେଟ ହରାଇ ୧୭୦ ରନ୍ କରିଥିଲା। ଜବାବରେ ବିଲିଭର୍ସ ୧୭୧ ରନର ବିଜୟ ଲକ୍ଷକୁ ପିଛା କରି ୧୪-୨ ଓଭରରେ ୮ ଉଇକେଟ ହରାଇ ୧୭୧ ରନ୍ କରି ବିଜୟୀ ହୋଇଛି। ବିଲିଭର୍ସର ଜୀବନ ଦାସ ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ସୁପର ଜିଆଣ୍ଟସର ରାଜେନ୍ଦ୍ର ସ୍ଵାଇଁ ମ୍ୟାନ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି।ଦୁଇ ଅମ୍ପାୟାର ଯଶୋବନ୍ତ ମଲ୍ଲିକ ଓ ସୋମନାଥ ବିଶୋଇ ମ୍ୟାଚ୍ ପରିଚାଳନା କରିଥିଲେ।ଏହି ଉପଲକ୍ଷେ ସନ୍ଧ୍ୟାରେ ଆୟୋଜିତ ଉଦଯାପନ ଉତ୍ସବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।ଯୁବ ପରିଷଦ ସଭାପତି ଜ୍ୟୋତି ରଞ୍ଜନ କୁଅଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ,ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗଛାୟତ,ଯୁବ ବିଜେଡି ସଭାପତି ପାର୍ଥସାରଥୀ ରାଉତ,ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ ଓ ବିଜୟ ପାଲ୍ ପ୍ରମୁଖ ଯୋଗଦେଇଥିଲେ।