କୁଜଙ୍ଗ , 27/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ର ୫୦ତମ ପ୍ରାନ୍ତ ଅଧିବେଶନ ଭଦ୍ରକ ର ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମ ରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ଚଳିତ ବର୍ଷ ୨୦୨୫-୨୬ର ନୂତନ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଜଗତସିଂହପୁର ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଙ୍କର ନେତୃତ୍ୱ ନେଉଥିବା ଟାଣୁଆ ଛାତ୍ରନେତା ଏବିଭିପି ଜିଲ୍ଲା ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି ଙ୍କୁ ଚଳିତ ବର୍ଷ ନିମନ୍ତେ ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତ STUDENT FOR DEVLOPMENT ର ସହ-ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଜଗତସିଂହପୁର ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀ ଓ ଜଗତସିଂହପୁର ବାସୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।। ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ଓଡ଼ିଶା ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ କରିଛନ୍ତି ଯେ ଆସନ୍ତୁ ଆମେ ମାନେ ମିଶି କରି ଜଳ, ଜଙ୍ଗଲ ଓ ଜମିନ କୁ ସୁରକ୍ଷା ଦେବା ଓ ପ୍ରତିଜ୍ଞା ନେଇଛନ୍ତି ଯେ ଓଡିଶା ତଟବର୍ତ୍ତି ହେନ୍ତାଳ ବଣ କୁ ମିଳିମିଶି ସୃଷ୍ଟି କରିବା ଓ ସୁରକ୍ଷା ପ୍ରଦାନ କରିବା।