ଏରସମା, 27/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ୍ ଅନ୍ତର୍ଗତ ଗଡକୁଜଙ୍ଗ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଚାରି ଦିନଧରି ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷାକେନ୍ଦ୍ରର ୧୬୫ ଜଣ ଛାତ୍ରଛାତ୍ରୀ ୨୫ ପ୍ରକାରର ବିଭିନ୍ନ ଖେଳରେ ଭାଗନେଇଥିଲେ।ଏହି ଉପଲକ୍ଷେ ଆୟୋଜିତ ଉଦଯାପନ ଉତ୍ସବରେ ସମାଜସେବୀ ପ୍ରକାଶ ଚନ୍ଦ୍ର ପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାରେ ୮ଟି ଗୃପର ଚାମ୍ପିଅନ ହୋଇଥିବା କ୍ରୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।ଶିକ୍ଷା କେନ୍ଦ୍ର ପରିଚାଳନା କମିଟି ସଭାପତି ଇଂ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଗଡ଼କୁଜଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ଶିକ୍ଷାବିତ ରବିନ୍ଦ୍ର ନାଥ ସାହୁ,ସମାଜସେବୀ ସୁବାଷ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା ପରିଚାଳନା କମିଟିର ସଦସ୍ୟ ସଞ୍ଜୟ କୁମାର ମହାପାତ୍ର ସଭାପତିତ୍ବ କରିଥିବାବେଳେ ଶିକ୍ଷା କେନ୍ଦ୍ର ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ରାଜେନ୍ଦ୍ର ସ୍ୱlଇଁ ଓ ଦୀନେଶ ପାତ୍ର ଖେଳ ପରିଚାଳନା କରିଥିଲେ।ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସ୍ୱାଇଁ, ଶୁଭଲକ୍ଷ୍ମୀ ସାହୁ , ବିଶ୍ଵ ପ୍ରିୟା ବିଶ୍ୱାଳ,ମାନସୀ ସେଠୀ , କ୍ରିଷ୍ଣା ପ୍ରିୟଦର୍ଶିନୀ ଭୋଳ ,ସୈlମ୍ୟରଞୀନ ପାଣି ,ଲିନୁ ମହାନ୍ତି ,ଆନନ୍ଦିତା ପାତ୍ର,ଶ୍ରୀଧର ପରିଡ଼ା, ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ। ଶିକ୍ଷା ପରିଚାଳନା କମିଟିର ସଦସ୍ୟ ପ୍ରକାଶ ଚନ୍ଦ୍ର ଦାସ, ପ୍ରଦିପ କୁମାର ଭୋଇ, ମନୋଜ କୁମାର ସାହୁ, ରାଜକିଶୋର ସାହୁ, ସତ୍ୟବାନ୍ ସାହୁ, ଗୀତାଞ୍ଜଳି ସ୍ୱାଇଁ ଏବଂ ଶିକ୍ଷା କେନ୍ଦ୍ରର ଉପଦେଷ୍ଟା ସନ୍ତୋଷ କୁମାର ବେହେରା,ଏନ୍,କେ ଶୁଭାଶିଷ , ପୂର୍ବତନ ସରପଞ୍ଚ ସମ୍ପଦ କୁମାର ବାରିକ, ସମାଜସେବୀ ସନ୍ତୋଷ କୁମାର ବିଶ୍ଵାଳ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।