ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ଚଇତି ଉଦଘାଟିତ

ରାୟଗଡ଼ା, 27/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା ଲୋକ ମୋହତ୍ସବ ଚଇତି ଆଜି ବହୁ ଆଡମ୍ବର ସହକାରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦ୍ଘାଟନ ହୋଇଯାଇଛି l ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତତ୍ୱାବଧାନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଓ ମଶାଲ ସମେତ କଳସ ଯାତ୍ରା କରି ହଜାର ହଜାର ସଂଖ୍ୟାରେ ଜନ ସମୂହ, ପାରମ୍ପରିକ ଲୋକନୃତ୍ୟ ସହ ସାଂସ୍କୃତିକ ବାଦ୍ୟ କୀର୍ତନ ପଦଯାତ୍ରାରେ ବାହାରି ନଗର ପରିକ୍ରମା ସାରିବା ପରେ ଜିସିଡ଼ି ପଡିଆ ଚଇତି ମଣ୍ଡପ ଠାରେ ପହଂଚିଥିଲେ l
Article Image
ମଞ୍ଚରେ ଚତୁର୍ଦ୍ଧା ମୂର୍ତ୍ତି ସମେତ ମା ମଝିଘରିଆଣୀଙ୍କୁ ଅଭିସିତ କରାଯାଇଥିଲା ପ୍ରଥମ ରାଜନୀର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ କାଡ୍ରାକା ଆପାଲସ୍ବାମୀ, ବିଷମକଟକ ବିଧାୟକ ନୀଳମାଧଵ ହିକକା ଓ ଗୁଣପୂର ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ରାୟଗଡା ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥି ପ୍ରଥମେ ଚଇତି ଓ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ ପୂର୍ବକ ସମସ୍ତ ଷ୍ଟଲ ବୁଲି ପରିଦର୍ଶନ କରିବା ପରେ ଚଇତି ମଞ୍ଚରେ ଯୋଗଦାନ କରିଥିଲେ l ଉପସ୍ଥିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ବନ୍ଦେ ମାତରଂ ସଙ୍ଗୀତ ଗାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ଅତିଥିଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ନିଜର ସ୍ୱାଗତ ଭାଷଣ ରଖିଥିଲେ l ଚଳିତ ବର୍ଷ ଚଇତି ସମସ୍ତଙ୍କ ମନରେ ଉନ୍ମାଦ ନେଇଆସିଛି l ସମସ୍ତେ ଜିଲ୍ଲାବାସୀ ସ୍ବଦେଶୀ ମେଳା ଓ ପଲ୍ଲୀଶ୍ରୀ ମେଳାକୁ ବୁଲିବା ସହ ଉପଭୋଗ କରିବା ପାଇଁ କହିଥିଲେ l ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ପ୍ରକାଶ କରିଥିଲେ l ବିଷମକଟକ ବିଧାୟକ ଶ୍ରୀ ହିକକା ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ତଥା ଦେବଗିରି, ପାଇକପଡା, କୁମୁଡାବାଲି, ମୀନଝୋଲାକୁ ଉନ୍ନତି କରିଲେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଘଟିବ ବୋଲି କହିଥିଲେ l ସେହିଭଳି ରାୟଗଡା ବିଧାୟକ ଶ୍ରୀ କାଡ୍ରାକା କହିଥିଲେ ଯେ ମୋ ମାଟି ମୋ ପାଣି ମୋ ଜଙ୍ଗଲକୁ ଏହି ମଞ୍ଚ ପ୍ରଣାମ କରୁଛି l ଚାଷୀଙ୍କ ପାଇଁ ଓ ଜିଲ୍ଲାବାସୀଙ୍କ ପିଇବା ପାଣି ପାଇଁ ସରକାର ଧ୍ୟାନ ଦେବା ପାଇଁ ପ୍ରକାଶ କରିଥିଲେ l ଜିଲାର ସମସ୍ତ ବୋହିଯାଉଥିବା ନଦୀକୁ ସଦୁପଯୋଗୀ କରିବା ପାଇଁ ନିବେଦନ କରିଥିଲେ l ଏବଂ ଜିଲାରେ ମେଡିକାଲ କଲେଜ ସହ ଭୁବନେଶ୍ୱରକୁ ଯିବା ପାଇଁ ଦିବା ବେଳେ ଏକ ଟ୍ରେନ ବ୍ୟବସ୍ଥା ପାଇଁ ନିବେଦନ କରିଥିଲେ l ଜଳସେଚନ, ଜଙ୍ଗଲ ସୁରକ୍ଷା, ଜମି ସଦୁପଯୋଗ, ଯନ୍ତୁ ଓ ଜନସାଧାରଣ 5 - ଜ ବିକାଶ ବିଷୟରେ ଉଦବୋଧନ ଦେଇ ନିଜର ଭାଷଣ ଆରମ୍ଭ କରିଥିଲେ l 2036 ବିକଶିତ ଓଡ଼ିଶା ଲକ୍ଷରେ ରାୟଗଡା ଜିଲାକୁ ପ୍ରମୁଖ ରଖାଯାଇ ପିଏମ ଗତି ଶକ୍ତିରେ ଜୟପୁରଠାରୁ ଗୋପାଳପୁର ୬ ଲେନ ରାସ୍ତା ପ୍ରସ୍ତାବ କରାଯାଇଛି l ଯଦ୍ୱାରା ଜିଲାର ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ କ୍ଷେତ୍ରରେ ବିକାଶର ପ୍ରମୁଖ ଧାରା ପାଲଟିବ l ସେହିଭଳି ଗ୍ରାମାଞ୍ଚଳରେ ପିଏମ ସଡକ ଯୋଜନାରେ ୪୦୦ ଟି ରାସ୍ତା ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି l ଦକ୍ଷିଣ ଓଡିଶା ବିକାଶ ପରିଷଦରେ ଜିଲ୍ଲାର ବିକାଶକୁ ଅଗ୍ରାଧିକାର ରହିଥିବା କହିଥିଲେ l ଚଇତି ଆଦିବାସୀ ମାଟିର ପାଣି ପବନ ଓ ଜମିର ପ୍ରାଣବନ୍ତ ମୋହତ୍ସବ ପାଲଟିଛି l ସଂସ୍କୃତି ଓ ପରମ୍ପରାର ମିଳନ ହେଉଛି ଏହି ପର୍ବ l ଏହାକୁ ଜୀବିତ ରଖିବା ପାଇଁ ମିଳିତ ହୋଇ କାମ କରିବା ପାଇଁ କହିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଚଇତାଳି ୨୦୨୫ସ୍ମରଣିକାକୁ ଉନ୍ମୋଚନ କରିବା ସହ ଟି.ରାମୁଙ୍କୁ କୃଷି କ୍ଷେତ୍ରରେ, କବିସୂର୍ଯ୍ୟ ନାୟକ କ୍ରୀଡା କ୍ଷେତ୍ରରେ, ଜୁନେଶ ଗମାଙ୍ଗଙ୍କୁ ଲୋକ କଳା କ୍ଷେତ୍ରରେ, ପବନ କୁମାର ବଛା ଶିକ୍ଷା କ୍ଷେତ୍ରରେ, ଶୁଚିତା ପଣ୍ଡା ଏସଏଚଜି କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରିଥିଲେ l ଅପରପକ୍ଷରେ କ୍ରୀଡା କ୍ଷେତ୍ରରେ ସଫଳ ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ଶେଷରେ ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଓଡିଶୀ ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ପାରମ୍ପାରିକ ଲୋକ ନୃତ୍ୟ ଏବଂ ଅନନ୍ୟା ନନ୍ଦଙ୍କ ଗୀତରେ ଦର୍ଶକ ଭରପୁର ମଜା ନେଇଥିଲେ l
Article Image
Article Image
Article Image
6