ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏନଏସଏସ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବୁଗୁଡ଼ା, 27/12/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ ୧ ଓ ୨ ପକ୍ଷରୁ ପ୍ରସିଦ୍ଧ ଐତିହ୍ୟ ଓ ଶୈବପୀଠ ବୁଦ୍ଧଖୋଲାଠାରେ ଏନଏସଏସର ଉଭୟ ୟୁନିଟର ସ୍ବେଛାସେବୀଙ୍କ ଦ୍ଵାରା "ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ବୃନ୍ଦ ବୁଦ୍ଧଖୋଲର ପାହାଚ ଗୁଡିକୁ ସଫା କରିବା ସହିତ ପରିବେଶ ସୁରକ୍ଷା ବିଷୟ ନେଇ ଆସିଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଏବଂ ୟୁନିଟ-୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଇଂରାଜୀ ବିଭାଗ ଅଧ୍ୟାପିକା ଶୁଭ୍ରକେଶୀ ବଡମୁଣ୍ଡି ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ।
12