ଏରସମା, 28/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଚଟୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୩ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ବଣଭୋଜି ବନାପାଟ ଝାଉଁ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାକ୍ତନ ଛାତ୍ର ଅକ୍ଷୟ ସୂତାର , ଅଜିତ୍ ସାହୁ,ସାରଦା ବିଶ୍ଵାଳ, ଅକ୍ଷୟ ମହାନ୍ତି, ପ୍ରଦୀପ ନାୟକ, ଉମାକାନ୍ତ ସ୍ୱାଇଁ,ଦିଲୀପ ନାୟକ, ପ୍ରସନ୍ନ ବିଶ୍ଵାଳ, ତନ୍ମୟ ସାହୁ,ଶଚି ପ୍ରଭା ରାଉତ,ସୈ।ଦାମିନୀ ବାରିକ, ଆରତୀ ଜେନା, ସୁପ୍ରଭା ବାରିକ,ବନଲତା ସୂତାର, ସ୍ୱର୍ଣ୍ଣଲତା ସୂତାର,ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ସମେତ ୧୯୯୩ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।