ତିର୍ତ୍ତୋଲ, 28/12/2025, ଉତ୍କଳ voice news - utkalvoicenews.com( ରିପୋର୍ଟ---ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :
ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନାଳିବର୍ ବିଦ୍ୟାଳୟର ୧୯୯୩ ମସିହାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆଜି ବହୁତ ଆଡ଼ମ୍ବର ସହିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ ପ୍ରଥମେ ଆଜି ସକାଳ ୧୧ ସୁଦ୍ଧା ନାଲିବର ଛକ ପାଖରୁ ଶିକ୍ଷକ ମାନଙ୍କୁ ଏକ ବିଶାଳ ପଟୁଆର ସହିତ ରାଲି କରି ଆଣିଥିଲେ ତାହାପରେ ବିଦ୍ୟାଳୟର ମୁଖ୍ୟ ଫାଟକ ନିକରେ ସମସ୍ତ ଛାତ୍ର ଛାତ୍ରୀ ମାନେ ତାଙ୍କର ଗୁରୁଜୀ ମାନଙ୍କୁ ପ୍ରଥମେ ଚନ୍ଦନ ସିନ୍ଦୂର ସମେତ ପୁଷ୍ପଗୁଚ୍ଛ ଦେଇ ଗୁରୁ ପୂଜା କରିବା ପରେ ମଞ୍ଚ ପାଖରେ ଏକ ସୋତନ୍ତ୍ର ଷ୍ଟେଜ କରିଥିଲେ ସେଠାରେ ଶୋର୍ଗତ ରୁପସାର୍,ଜଟାଧାରୀ ସାର,ମୁରଲୀ ସାର, କରୁଣା କର ସାର୍,ଧନେଶ୍ଵର ସାର୍,ଜ୍ୟୋସ୍ନା ଦିଦିଙ୍କ ସମେତ ଏକ ମାତ୍ର ସହପାଠୀ ସୁଧୀର ମହାନ୍ତିଙ୍କ ତିରୋଧ୍ୟାନ ଉଦ୍ୟସ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ସ୍ୱାଇଁ ଙ୍କ ସମେତ ସମସ୍ତ ପୂର୍ବତନ ଶିକ୍ଷକ ଅଭି ଭାଷଣ ଦେବା ପରେ ଛାତ୍ର ଛାତ୍ରୀ ମାନେ ନିଜର ବାର୍ତ୍ତା ରଖିବା ପରେ ଏକ ନୈସନ୍ୟ ଭୋଜି ର ଆୟୋଜନ କରାଯାଇଥିଲା