ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭିରଙ୍ଗ ହାଇସ୍କୁଲ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଏରସମା, 29/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଭିରଙ୍ଗ ଉଚ୍ଚବିଦ୍ୟାଳୟ ୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଛି।ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିରଙ୍ଗ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପ୍ରତିଷ୍ଠାତା ସଂପାଦକ ଶୁଶିଲ କୁମାର ରାଉତରାୟ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ପ୍ରଧାନ,ଶରତ ଚନ୍ଦ୍ର ରାଉତରାୟ, ଭକ୍ତଚରଣ ବେଉରା, ଶୁଭ ନାରାୟଣ ଛାଟୋଇ,ପ୍ରଭାକର ନାୟକ,ପ୍ରବୋଧ କୁମାର ରାଉତରାୟ,ରାଜକିଶୋର ସ୍ଵାଇଁ,ସମୀର ରଞ୍ଜନ ଦାସ,ପ୍ରତିମା ଦେବୀ,ସନ୍ଧ୍ୟା ରାଣୀ ବିଶ୍ୱାଳ,ମନୋଜ ସ୍ଵାଇଁ ଓ ପ୍ରଭାକର ଦାସଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ବିଗତ ସ୍କୁଲ ଜୀବନର ଅଭୁଲା ମୂହୁର୍ତ୍ତର ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପରର ପାରିବାରିକ ଜୀବନ, ଜୀବିକା ଓ ସାମାଜିକ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ।
Article Image
6