ଏରସମା, 29/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ୍ ଅନ୍ତର୍ଗତ ସରବା ଠାରେ,ସରବା ପ୍ରିମିୟର ଲିଗ୍ ନବମ ସଂସ୍କରଣ ରବିବାର ଉଦଘାଟିତ ହୋଇଛି। ଆଜିର ଉଦଘାଟନୀ ମ୍ୟାଚରେ ମହାବୀର ୟଙ୍ଗ ଷ୍ଟାର ପ୍ରତ୍ୟୁସା ଇଲେଭେନକୁ ୮ ଉଇକେଟରେ ପରାସ୍ତ କରିଛି।ମହାବୀର ୟଙ୍ଗ ଷ୍ଟାର ଟସ୍ ଜିତି,ପ୍ରତ୍ୟୁସା ଇଲେଭେନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।ପ୍ରତ୍ୟୁସା ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୯ ଉଇକେଟ ହରାଇ ୮୩ ରନ୍ କରିଥିଲା।ଜବାବରେ ମହାବୀର ୟଙ୍ଗ ଷ୍ଟାର ୮୪ ରନର ବିଜୟ ଲକ୍ଷକୁ ପିଛା କରି ରାମଚନ୍ଦ୍ର ହାତୀଙ୍କ ଦମଦାର ୪୪ ରନ୍ ବଳରେ,୧୦ ଓଭରରେ ୩ ଉଇକେଟ ହରାଇ ୮୪ ରନ୍ କରି ବିଜୟ ହାସଲ କରିଛି। ମହାବୀର ୟଙ୍ଗ ଷ୍ଟାରର ରାମଚନ୍ଦ୍ର ହାତୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।ଦୁଇ ଅମ୍ପାୟାର ଜନ୍ ରାଉତ ଓ ମହିମା ସ୍ଵାଇଁ ମ୍ୟାଚ୍ ପରିଚାଳନା କରିଥିଲେ। ସଂଗ୍ରାମ ମାଣ୍ଡୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିବା ବେଳେ,ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୁଶେନ ମଣ୍ଡଳ, ସରପଞ୍ଚଙ୍କ ପ୍ରତିନିଧି ଅଭିଜିତ ସାହୁ,ସମିତି ସଭ୍ୟ ରଘୁନାଥ ସାହୁ,ଅଧିକାରୀ ପଞ୍ଚାନନ ଦାସ, ସୁକାନ୍ତ ସେଠି,ସୂର୍ଯ୍ୟକାନ୍ତ ପରିଡା,କାହ୍ନୁ ଚରଣ ଭୌମିକ ଓ ଲକ୍ଷ୍ମୀଧର ସେଠି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।