ଏରସମା, 29/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବାଲିକୁଦା ବ୍ଲକ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୮୩ ମସିହା ଜୁନିଅର ବ୍ୟାଚ୍ ଙ୍କର ଦ୍ୱିତୀୟ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନ ପକାଇ ରୋମନ୍ଥନ କରିଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ବିଜୟ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଏହି ପରି ବନ୍ଧୁମିଳନ କରିବାକୁ ପାଇଁ ସଭାରେ ମତପ୍ରକାଶ କରିଥିଲେ । ଏଥରେ ଅଶୋକ ଦାସ, ବିଷ୍ଣୁ ଚରଣ ମହାନ୍ତି, ଜ୍ଞାନରଞ୍ଜନ ପଣ୍ଡା, ପ୍ରଭାତୀ ମହାରଣା, କ୍ଷେତ୍ରବାସୀ ସାହୁ, ରୋଜାଲିନ ମହାନ୍ତି, ଉର୍ମିଳା ଶତପଥି, ତପନ କୁମାର ବେହେରା, ଅକ୍ଷୟ ସାହୁ, ଜ୍ଞାନେନ୍ଦ୍ର ଶତପଥି, ନିରଞ୍ଜନ ପାଢ଼ୀ, ସବିତା ନାୟକ, ବାସୁଦେବ ଜେନା, ନିତ୍ୟାନନ୍ଦ ପାତ୍ର, ସଂଯୁକ୍ତା ସାହୁ, କାଦମ୍ବିନୀ ମହାନ୍ତି, ଵିଷ୍ଣୁ ଚରଣ ଛାଟୋଇ, ପ୍ରମୋଦ କୁମାର ଦାଶ ପ୍ରମୁଖ ଙ୍କ ସହିତ ୧୯୮୩ ମସିହା ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପରସ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ ।