ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା, 29/12/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ ହୋଇଉଠିଛି। ବଣଭୋଜି ପାଇଁ କେବଳ ଆଖପାଖରୁ ନୁହେଁ ଦୂରଦୂରାନ୍ତରୁ ମଧ୍ୟ ଦଳଦଳ ହୋଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏବଂ ଲୋକେ ନିଜ ନିଜର ବନ୍ଧୁବର୍ଗଙ୍କ ସହ ଆସି ବୁଦ୍ଧଖୋଲ ପାଦଦେଶରେ ଭୋଜିଭାତର ଆସର ଜମାଉଛନ୍ତି। ଏଥିସହ ଲୋକେ ଏଠାରେ ପୂଜା ପାଉଥିବା ଶ୍ରୀଗଙ୍ଗାଧରେଶ୍ୱର , ଶ୍ରୀଜଗଦିଶ୍ୱର , ଶ୍ରୀମକରେଶ୍ୱର , ଶ୍ରୀସିଦ୍ଧେଶ୍ୱର ଓ ଶ୍ରୀବୁଦ୍ଧେଶ୍ୱର ଆଦି ପଞ୍ଚ ଶମ୍ଭୁଙ୍କ ଦର୍ଶନ ସାଙ୍ଗକୁ ପାଦଦେଶସ୍ଥ ଇକୋ ପାର୍କ ଭ୍ରମଣର ମଜା ଉଠାଉଛନ୍ତି। ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୂପେ ପରିଚିତ ବୁଦ୍ଧଖୋଲର ସୌନ୍ଦର୍ଯ୍ୟ ଉପଭୋଗ କରିବା, କୁଳୁକୁଳୁ ନାଦରେ ବହି ଆସୁଥିବା ଝରଣାରେ ସ୍ନାନକରିବା, ସୁଉଚ୍ଚ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି, ଶ୍ରୀ ହନୁମାନ ଏବଂ ସିଦ୍ଧଗୁମ୍ଫା ବୁଲି ଦେଖିବାର ସୁଯୋଗ ପାଇ ପର୍ଯ୍ୟଟକମାନେ ଆନନ୍ଦ ଉପଭୋଗ କରିଥାନ୍ତି। ଏଠାକାର ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ଏବଂ ଅତିଥି ଭବନରେ ପର୍ଯ୍ୟଟକଙ୍କ ଆରାମଦାୟକ ରହଣିର ସୁଯୋଗ ସାଙ୍ଗକୁ ମହୋତ୍ସବ ପଡ଼ିଆରେ ଯାନବାହନ ରହଣିର ବ୍ୟବସ୍ଥା ସହ ରୋଷେଇ ସ୍ଥଳଗୁଡ଼ିକ ନିକଟରେ ପାଇପ୍‌ ଯୋଗେ ଜଳ ଯୋଗାଣର ସୁବନ୍ଦୋବସ୍ତ ଯୋଗୁ ଲୋକେ ଏଠାରେ ସୁବିଧାରେ ଭୋଜି ଭାତର ଆସର ଜମାଉଛନ୍ତି। ତେବେ ଡିସେମ୍ବର ମାସ ଶେଷ ଭାଗରେ ଗତବର୍ଷ ଅପେକ୍ଷା ଏବର୍ଷ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ଘଟିଥିବା ବେଳେ ବୁଦ୍ଧଖୋଲ ପାଦଦେଶ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି।
7