ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ ପାଇଁ ମନୋନୀତ ହେଲେ ବୁଗୁଡା ପିପୁଲସ କଲେଜର ଦୁଇ ଏନସିସି କ୍ୟାଡେଟ୍

ବୁଗୁଡ଼ା, 29/12/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ଆସନ୍ତା ୨୦୨୬ ଜାନୁଆରୀ ୨୬ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ବୁଗୁଡା ପିପୁଲସ କଲେଜର ଦୁଇଜଣ ଏନସିସି କ୍ୟାଡେଟ୍ ମନୋନୀତ ହୋଇଛନ୍ତି। ସେମାନେ ହେଲେ କଲେଜର ପ୍ରାଣୀ ବିଜ୍ଞାନ ସମ୍ମାନର ଛାତ୍ରୀ ସପନା ରାଉତ ଓ ମଧୁସ୍ମିତା ପ୍ରଧାନ।ଏହି ଅଭୂତପୂର୍ବ ସଫଳତା ପଛରେ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଓ ମାର୍ଗଦର୍ଶନ ରହିଛି। ପିପୁଲସ କଲେଜ ଇତିହାସରେ ପ୍ରଥମ ଥର ପାଇଁ ଦୁଇଜଣ ଛାତ୍ରୀ ଏହି ସମ୍ମାନଜନକ ପ୍ୟାରେଡ୍‌ରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରାୟ ୭୦,୦୦୦ ଏନସିସି କ୍ୟାଡେଟଙ୍କ ମଧ୍ୟରୁ କଠିନ ପ୍ରତିଯୋଗିତା ମଧ୍ୟ ଦେଇ ଶେଷରେ ମନୋନୀତ ହୋଇଥିବା ୧୨୭ ଜଣ କ୍ୟାଡେଟଙ୍କ ମଧ୍ୟରେ ସପନା ଓ ମଧୁସ୍ମିତା ନିଜ ସ୍ଥାନ ପାଇଛନ୍ତି। ଆସୋସିଏଟ୍ ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ ମଧ୍ୟ ଏହି ୧୨୭ ଜଣିଆ କଣ୍ଟିଜେଣ୍ଟର ଅଫିସର ଭାବେ ମନୋନୀତ ହୋଇ ଦିଲ୍ଲୀ ଯାଇଛନ୍ତି। ବିଗତ ୩ ମାସ ଧରି ଚାଲିଥିବା କଠିନ ଚୟନ ପ୍ରକ୍ରିୟା ସମୟରେ କଲେଜର ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ର, ଲେଫ୍ଟନାଣ୍ଟ ଅଜୟ ସାର୍‌ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା,କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ କୃତଜ୍ଞତା ଜଣାଇଛନ୍ତି।
Article Image
5