ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ଆଥଲେଟିକ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାରାଦୀପ ଚମ୍ପିୟାନ

କୁଜଙ୍ଗ , 29/12/2025, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କୁଜଙ୍ଗ ଆଥଲେଟିକ୍ କୃବ୍ ପକ୍ଷରୁ ସ୍ଥାନୀୟ ବନବିହାରୀ ହାଇସ୍କୁଲ୍‌ ପଡିଆରେ କୁଜଙ୍ଗ କପ୍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଆଠଗୋଟି କ୍ରିକେଟ ଟିମ୍ ଭାଗ ନେଇଥିଲେ। ଆଜିର ଫାଇନାଲ ମ୍ୟାଚ ପାରାଦୀପ କ୍ରିକେଟ ଟିମ୍ ଓ କେନ୍ଦ୍ରାପଡା କ୍ରିକେଟ ମଧ୍ୟରେ ମୁକାବିଲା ହୋଇଥିଲା।ପ୍ରଥମେ ପାରାଦୀପ କ୍ରିକେଟ ଟିମ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ କରିଥିଲା।କେନ୍ଦ୍ରାପଡା କ୍ରିକେଟ ଟିମ୍ ୧୫ ଓଭରରେ ୧୧୪ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ପାରାଦୀପ କ୍ରିକେଟ ଟିମ୍ ୪୫ ରନରେ ବିଜୟ ହାସଲ କରିଥିଲା।ଦୁଇ ଅମ୍ପିୟାର ରଶ୍ମୀରଞ୍ଜନ ମହାପାତ୍ର, ସଞ୍ଜୟ ପ୍ରଧାନ ଖେଳକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ପାରାଦୀପ ବିଧାୟକ ତଥା ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦୀପ କ୍ରିକେଟ ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ କୁଜଙ୍ଗ ଆଥଲେଟିକ୍ କ୍ଲବ ସଭାପତି ଦିଲୀପ ସାହୁ, ସଂପାଦକ ରଜନୀ କାନ୍ତ ଗୁରୁ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ତଥା ଆଥଲେଟିକ୍ କ୍ଲବ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କିଶୋର ପଟ୍ଟନାୟକ ଯୋଗଦେଇ କେନ୍ଦ୍ରାପଡ଼ା କ୍ରିକେଟ ଟିମ୍ କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା।କୁଜଙ୍ଗ ଆଥ୍‌ଲେଟିକ୍ କ୍ଲବ୍‌ର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ରାଜଗୁରୁ, ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ସହସମ୍ପାଦକ ବୈଷ୍ଣବ ଚରଣ ଦାସ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଏନ୍‌ଡି ଯାଦବ, ବିଶ୍ୱନାଥ ମଲ୍ଲିକ, ଏସ୍ କେ ରାଜା, ସନ୍ତୋଷ ମଲ୍ଲ ,ଲିପୁ ପଣ୍ଡା, ପ୍ରଭାସ ଗୋଛାୟତ, ଶୁକଦେବ ଶୁକ୍ଳା, ପ୍ରବୀର ସ୍ବାଇଁ ପ୍ରତିଯୋଗିତା ପରିଚାଳନା କରିଥିଲେ । ପରିଶେଷରେ ଆଥଲେଟିକ୍ କ୍ଲବ ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Article Image
ବାଇଟି,୧ , ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ମନ୍ତ୍ରୀ ବାଇଟି,୨, ପ୍ରଦ୍ୟୁମ୍ନ କିଶୋର ପଟ୍ଟନାୟକ ଆଥଲେଟିକ୍ କ୍ଲବ ଅଧ୍ୟକ୍ଷ ବାଇଟି,୩, ବୈଷ୍ଣବ ଦାସ, ଆଥଲେଟିକ୍ କ୍ଲବ ସହ ସଂପାଦକ
4