ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାର୍ତ୍ତିକ ସିଂହ ଙ୍କୁ ସହଯୋଗ ର ହାତ ବଢାଇଲେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ତ୍ରୀନେତ୍ର ଫାଉଣ୍ଡେସନ ।

ଯାଜପୁର, 29/12/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବରୁଆଁ ସାନକୁଝାଲା ଗ୍ରାମର କାର୍ତ୍ତିକ ସିଂ କିଛି ବର୍ଷ ପୂର୍ବରୁ ପୁନେ ରେ ପାଣିପାଇପ କାମ କରୁଥିବା ସମୟରେ ୯ ତାଲା ବିଶିଷ୍ଟ ବିଲ୍ଡିଂ ରୁ ତଳକୁ ଖସିପଡିଥିଲେ ।ଯାହା ଫଳରେ ତାଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଗିଯାଇଥିଲା ।ଆଜ କୁ ୩ବର୍ଷ ହେବ ସେ ଶଯ୍ୟାଶାୟୀ ଅଛନ୍ତି ।ତାଙ୍କର ଚିକିତ୍ସା ରେ ବହୁତ୍ ଟଙ୍କା ଖର୍ଚ୍ଚ ବି ସରିଲାଣି । ଶୋଇ ରହିବା ଦ୍ଵାରା ଗୋଡ଼ ରେ ଘା ହେଇଯାଉଚି । ନିଜର ଉତ୍ତମ ଚିକିତ୍ସା ନିମନ୍ତେ ସେ ବିଭିନ୍ନ ସରକାରୀ ଓ ସାମାଜିକ ସଂଗଠନ ର ସହାୟତା ଲୋଡୁଛନ୍ତି ବୋଲି ଜାଣି ଆଜି ଅଗ୍ରଣୀ ସାମାଜିକ ସଙ୍ଗଠନ ତ୍ରୀନେତ୍ର ଫାଉଣ୍ଡେସନ ସାହାଯ୍ୟ ର ହାତ ବଢ଼ାଇଛି। ଫାଉଣ୍ଡେସନ ତରଫରୁ ଆର୍ଥିକ ସହାୟତା ସହିତ ରାସନ ସାମଗ୍ରୀ ,ଶୀତବସ୍ତ୍ର,ପୋଷାକ,କମ୍ବଳ ଯୋଗାଇ ଦିଆଯାଇଛି।ତେବେ ଅନ୍ୟ ସମସ୍ତ ସାମାଜିକ ସଂଗଠନ କୁ ଅନୁରୋଧ ସେମାନେ ଏହି ଅସହାୟ ଭାଇ ଙ୍କ ପାଖେ ପହଞ୍ଚି କିଛି ସାହଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।ଏହି ସେବା କାର୍ଯ୍ୟରେ ସଂଗଠନ ର ପ୍ରତିଷ୍ଠାତା ମନୋରଞ୍ଜନ ତରାଇ ଙ୍କ ସହିତ ସଂଗଠନ ର ସଦସ୍ୟ ଓମ ପ୍ରକାଶ ମାଝୀ,ସଂଘମିତ୍ରା ମହାନ୍ତି ଉପସ୍ଥିତ ରହି ସେବା କାର୍ଯ୍ୟଟିକୁ ସରସ ସୁନ୍ଦର କରିଛନ୍ତି।
6