ବୁଗୁଡ଼ା, 30/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡ଼ା ବିଡ଼ିଓ ଦୂତିକୃଷ୍ଣ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରକାଶ ବେହେରା , ତହସିଲଦାର ତାପସ ରାଉତ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜ୍ଜ୍ଯୋତିରଞ୍ଜନ ସାହୁ, ,ସିଡିପିଓ ବବିତା ପଣ୍ଡା,ସହକାରୀ ଉଦ୍ଯାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା, ବ୍ଲକ କୃଷି ଅଧିକାରୀ ହରପ୍ରିୟା ବେହେରା ଏବଂ ଅନ୍ଯ ବିଭାଗୋୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଜନ ଶୁଣାଣି ଶିବିର ରେ ୩୧ ଟି ବ୍ଯକ୍ତିଗତ ଓ ୫ ଟି ଗୋଷ୍ଠୀଗତ ଏପରି ୩୬ ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ଯରୁ ୩୧ ଟି ଅଭିଯୋଗର ଶୁଣାଣି କରାଯାଇ ତତକ୍ଷଣାତ୍ ସମାଧାନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।