ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୋସିଆଲ ମିଡିଆ ପ୍ରଭାବରେ ଅଲୋଡା ହୋଇପଡିଛି ଗ୍ରୀଟିଙ୍ଗ୍ କାର୍ଡ

ବୁଗୁଡ଼ା, 30/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସମ୍ପ୍ରତି ସୋସିଆଲ ମିଡିଆର ପ୍ରଭାବରେ ଗ୍ରୀଟିଙ୍ଗ୍ କାର୍ଡ ଅଲୋଡା ହୋଇପଡିଛି । ଏଇ କେତେ ବର୍ଷ ଆଗରୁ ଗ୍ରାମୀଣ ଓ ସହରୀ ପିଲାଙ୍କ ମଧ୍ୟରେ ଗ୍ରୀଟିଙ୍ଗକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିଲା। ଶୀତ ଛୁଟି ହେବା ପୂର୍ବରୁ ନିଜ ନିଜର ବନ୍ଧୁବାନ୍ଧବଙ୍କ ମଧ୍ୟରେ ଗ୍ରୀଟିଙ୍ଗ ଦିଆନିଆ ଆରମ୍ଭ ହୋଇଯାଉଥିଲା । ଦେବାଦେବୀ, ଖେଳାଳୀ ସିନେତାରକା, କାର୍ଟୁନ୍ ଆଦିର ଫଟୋ ଥିବା ଗ୍ରୀଟିଙ୍ଗ ପ୍ରେରଣ କରାଯାଉଥିଲା । ଗ୍ରୀଟିଙ୍ଗ ଆଦାନ ପ୍ରଦାନରେ ନିଜର ପ୍ରିୟଜନଙ୍କ ମଧ୍ୟରେ ରହିଥିବା ଆବେଗକୁ ପ୍ରକାଶ କରୁଥିଲା । ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ଶୁଭେଚ୍ଛା ଜଣାଇବାର ନିଆରା ମାଧ୍ୟମ ଥିଲା ଏହି ଗ୍ରୀଟିଙ୍ଗ କାର୍ଡ । ଏବେ ତାହା ଆଉ ଦେଖିବାକୁ ମିଳୁନି ।ତାହାର ସ୍ଥାନ ନେଇଛି ସାମାଜିକ ଗଣମାଧ୍ୟମ । ଅଧିକାଂଶଙ୍କ ପାଖରେ ମୋବାଇଲ୍ ରହିଥିବା ବେଳେ ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ , ଟ୍ବିଟର୍ ଆଦି ଜରିଆରେ ଏବେ ସେମାନେ ଶୁଭେଚ୍ଛା ଜଣାଉଥିବାରୁ ଗ୍ରୀଟିଙ୍ଗ କାର୍ଡ ଅଲୋଡା ହୋଇ ପଡିଛି । ଆଜିର ଯୁବପିଢିଙ୍କ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବହୁ ଗୁଣରେ ବୃଦ୍ଧି ପାଇଥିବା ବେଳେ ହାତରେ ଥିବା ସ୍ମାର୍ଟଫୋନର ଭରପୁର ଫାଇଦା ଉଠାଉଛନ୍ତି ।ଏବେ ସେମାନେ ନୂଆଁ ଢାଞ୍ଚାରେ ନିଜକୁ ଖାପ ଖୁଆଇ ଆଗକୁ ବଢି ଚାଲିଥିବା ବେଳେ ହାତ ଲେଖା ଗ୍ରୀଟିଙ୍ଗ ପ୍ରେରଣ ପରମ୍ପରା ପ୍ରାୟ ଲୋପ ପାଇବାକୁ ବସିଲାଣି । ପୂର୍ବେ ନୂଆଁ ବର୍ଷର ଏକ ମାସ ଆଗରୁ ବୁଗୁଡ଼ା ସହରର ବିଭିନ୍ନ ସ୍କୁଲରେ ଗ୍ରୀଟିଙ୍ଗ ପସରା ଦେଖିବାକୁ ମିଳୁଥିଲା ବେଳେ ଚଳିତ ବର୍ଷ ଗୋଟିଏ ହେଲେ ବି ଦୋକାନରେ ନୂଆଁ ଗ୍ରୀଟିଙ୍ଗ ନଥିବା ଦେଖିବାକୁ ମିଳୁଛି । ପୁରୁଣା ତେଜହୀନ ଗ୍ରୀଟିଙ୍ଗ କେଉଁଠି ଟଙ୍ଗା ହୋଇଥିଲେ ବି ଲୋକେ ସେଥି ପ୍ରତି ନଜର ପକାଉ ନାହାନ୍ତି । ଆଗ ଭଳି ଏବେ ଗ୍ରୀଟିଙ୍ଗ୍ କାର୍ଡ ବିକ୍ରି ହେଉ ନ ଥିବାରୁ ବେପାରୀମାନେ ଆଉ ଗ୍ରୀଟିଙ୍ଗ୍ କାର୍ଡ ଆଣି ନ ଥିବା କହିଛନ୍ତି । ତେବେ ଏହା ଏବେ ବିଲୁପ୍ତ ପରମ୍ପରା ପରିଣତ ହେବାକୁ ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
8