ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରକୃତିର ସମ୍ଭାରକୁ ସାଇତିଛି ଚଇତି l ଲୋକ ନୃତ୍ୟ ଓ ଗୀତର ହାର ପାଲଟିଲା ଚତୁର୍ଥ ରଜନୀ l

ରାୟଗଡ଼ା, 30/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ନାଗାବଳୀ, ବଂଶଧାରା, ଝଂଜାବତି ନଦୀ ଓ ଦେବଗିରି, ନିୟମଗିରି, ପାଇକପଡା, ଚାଟିକଣା, ଖୀନଖୀନା ପାହାଡ଼ର ମହାଦେବଙ୍କ ସମେତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା ମଝିଘରିଆଣି ଓ ରାୟଗଡ଼ ମଧ୍ୟଭାଗରେ ଥିବା ମା ଦକ୍ଷିଣକାଳୀଙ୍କ ଅପାର କୃପା ଯୋଗୁଁ ଚଇତି ଜିଲ୍ଲାବାସୀଙ୍କୁ ଏକକ ମନ୍ତ୍ରରେ ଯୋଡିହୋଇ ବଂଚିବାର ପଥ ପ୍ରଦର୍ଶନ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ l ଆଜି ଚତୁର୍ଥ ରାଜନୀରେ ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ତାଙ୍କ ସଭାପତିତ୍ୱରେ ଚଇତି ଚତୁର୍ଥୀ ପାଳନ ହୋଇଥିଲା l ଗୁଣପୁରର ସେବା ସମାଜ ଅନ୍ତେବାସୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରି ଚଇତି ସନ୍ଧ୍ୟାକୁ ପ୍ରେରିତ କରିଥିଲେ l ଓଡିଶା ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକ ବସନ୍ତ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାୟଗଡ଼ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହୋଲ, କଂସାରିଗୁଡା ଆଦିତ୍ୟ ଆଲୁମିନା ପ୍ରକଳ୍ପ ମୁଖ୍ୟ ଓ ସଭାପତି ମଜହର ବେଗ, ଦୋରାଗୁଡା ଉତ୍କଳ ଆଲୁମିନା ଇନ୍ଟରନ୍ୟାଶନାଲ ପ୍ରକଳ୍ପ ମୁଖ୍ୟ ଓ ସଭାପତି ରବି ନାରାୟଣ ମିଶ୍ର, ଥେରୁବାଲି ଇମ୍ଫା ଉପସଭାପତି ଏମ ଶ୍ରୀନିବାସ, ମୈତ୍ରୀ ଇନ୍ଫ୍ରାର ମୁଖ୍ୟ ଏସ ସତ୍ୟନାରାୟଣ, ପିଏ ଆଇଟିଡିଏ ରାୟଗଡ ଚନ୍ଦ୍ରକାନ୍ତ ମାଝି ଓ ଗୁଣପୁର ଅଜୟ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ l l ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ଅତିଥିଙ୍କୁ ସମ୍ମାନିତ କରିଥିଲେ l ସେହିଭଳି ଜିଲ୍ଲାର ପିଙ୍କି ହୁଇକା, ଦୋରା କଣ୍ଡାଗିରି, ମିଣିଆକା ଦିଲୀପ ଓ ଅଭିପ୍ସା ନାୟକଙ୍କୁ କ୍ରୀଡା କ୍ଷେତ୍ରରେ ଏବଂ ରବୀନାଥ ଶବରଙ୍କୁ ଇଡ଼ିତାଳ କଳା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସେହିଭଳି ଚଳିତ ଚଇତି କ୍ରୀଡ଼ାରେ କବାଡି ପୁରୁଷ ବର୍ଗରେ ଆମ୍ବଗୁଡ଼ା ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ନେତାଜୀ ଯୁବକ ସଙ୍ଘ, ମହିଳା ବର୍ଗରେ ପାହାଡ଼ିଆନ ଗାର୍ଲସ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ କବାଡି ବାସ୍କେଟ ବଲ ଟିମ, ଶକ୍ତି ଉତୋଳନ ମହିଳା ବର୍ଗରେ ଦେବଯାନୀ କୌଶଲ୍ୟା, ପୁରୁଷ ବର୍ଗରେ ରାଗମାଣ୍ଡି ପାୱନ, ଭାରୋତଳନ ମହଳା ବର୍ଗରେ ଅଭିପ୍ସା ନାୟକ ବିଜୟୀ ହୋଇଥିବା ବେଳେ ପୁରୁଷ ବର୍ଗରେ ମୁନା ମାଂଡାଙ୍ଗି, ଟେନିସ ପୁରୁଷ ବର୍ଗରେ ଅମନ ଅଗ୍ରୱାଲ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଥଲେ ଏସ. ଶ୍ରବଣ କୁମାର, ସେହିଭଳି ଟେନିସ ଯୋଡି ପୁରୁଷ ବର୍ଗରେ ଅମନ ଅଗ୍ରୱାଲ ଓ ଇ ଈଶ୍ୱର ବିଜୟୀ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଏସ ଶ୍ରବଣ କୁମାର ଓ ମନୋଜ ଚୌଧରୀ, ଦୌଡ଼ି ଟଣାରେ ଜିଲା ପ୍ରଶାସନ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଓକିଲ ସଙ୍ଘ, ଟ୍ରାଇ ସାଇକଲ ପ୍ରତିଯୋଗିତାରେ ନୀଳକଣ୍ଠ ପ୍ରଥମ ଓ ଦ୍ବିତୀୟରେ ଅଭିରାମ କାରକରିଆ ରହିଛନ୍ତି l ସମସ୍ତ କ୍ରୀଡାବିତଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଚତୁର୍ଥ ସନ୍ଧ୍ୟାକୁ ଗଂଜାମ ଜିଲ୍ଲା ଭଂଜନଗରର ପ୍ରଜ୍ଞା ସଂଗୀତ ଓ ନୃତ୍ୟ କେନ୍ଦ୍ରର ନର୍ତକୀଙ୍କ ଓଡିଶୀ, ଗୁଡାରି ମଙ୍ଗଳା ନୃତ୍ୟ କେନ୍ଦ୍ରର ସମ୍ବଲପୁରୀ, ଚାନ୍ଦିଲି ଆଦିବାସୀ ସଂଘର ଦେଶିଆ ନୃତ୍ୟ, ଟନିସ୍କା ଆଣ୍ଡ ଗ୍ରୁପର ଭାରତ ନାଟ୍ୟମ, ମଝିଘରିଆଣି ଡ୍ୟାନ୍ସ ଗ୍ରୁପର ସମ୍ବଲପୁରୀ ନୃତ୍ୟ, ବିକେଏସଏସର ରାୟଗଡାର ଲୋକ ନୃତ୍ୟ, ସିସିଆଇ 12ର ଶିବ ତାଣ୍ଡବ, ଜେ ଏ ଏସ ଗ୍ରୁପର ନୃତ୍ୟ, ପଦ୍ମପୁର ତ୍ରିବେଣୀ କଲେଜର ରାୟଗଡା ପିଲା ନୃତ୍ୟ, ସିଟି କଲେଜ ରାୟଗଡ଼ର ଆଦିବାସୀ ନୃତ୍ୟ ମୋହିତ କରିଥିଲା l କମଲ ବୁରୁଡିଙ୍କ ଗୀତରେ ଦର୍ଶକ ଝୁମିଥିଲେ l ଶେଷରେ ଜିଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲେ l
Article Image
Article Image
5