ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ

ତିର୍ତ୍ତୋଲ / କନୀମୂଳ, 30/12/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ,କନୀମୂଳ ୨୦୦୪ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଶଙ୍ଖେଶ୍ୱର ସ୍ଥିତ କଣ୍ଠିଆପାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ପ୍ରଥମେ ଗୁରୁପୂଜା ଅନୁଷ୍ଠିତ ହୋଇଥିଲା। ଏହା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ଆଜିର ବନ୍ଧୁମିଳନ ସମ୍ପର୍କରେ ଆଲୋଚନା କରିବା ସହିତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ ବନ୍ଧୁମିଳନ ଉତ୍ସବରେ ସୁଧା ସାହୁ,ରୋଜାଲିନ ମହାନ୍ତି, ଦିପ୍ତିମୟୀ ସାହୁ, ପ୍ରଜିତା ଖୁଣ୍ଟିଆ,ଚିନ୍ମୟୀ ବେହେରା, ଗୀତାଞ୍ଜଳି ବେହେରା,ଅର୍ଚ୍ଚନା ସ୍ୱାଇଁ,ଲକ୍ଷ୍ମୀପ୍ରିୟା ବେହେରା,ବେଦଦ୍ୟୁତି ପୃଷ୍ଟି, ମନୋଜ ଜେନା, ରମାକାନ୍ତ ନାୟକ,ବାବାଜୀ ବେହେରା,ସଂଗ୍ରାମ ଜେନା, ନିମାଇଁ ଚରଣ ସାହୁ, ମାନସ ରାଉତ, ସୁଜିତ ମହାପାତ୍ର, ବିଶ୍ୱଜିତ ସାହୁ, ଅମରେଶ ମହାପାତ୍ର, ସ୍ମୃତିରଞ୍ଜନ ବେହେରା, ଅମୟ ସାହୁ, ସତ୍ୟରଞ୍ଜନ ରାଉତ, ନାରାୟଣ ସାହୁ, ସାଗରସନ ବେହେରା, ପ୍ରଶାନ୍ତ ସାମଲ, ପ୍ରଶାନ୍ତ ସାହୁ,ସ୍ୱାଗତରଞ୍ଜନ ଦାସ, ପ୍ରଶାନ୍ତ ସେଠି, ରାଜେଶ ସାହୁ, ସନ୍ତୋଷ ମହାରଣା, ସନ୍ତୋଷ ଜେନା,ହିମାଂଶୁ ସାହୁ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ବାବାଜୀ ବେହେରା ଙ୍କୁ ପ୍ରତିବର୍ଷ ଅତି ଉଚ୍ଚକୋଟୀର ପରିଚାଳନା ପାଇଁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱତନ୍ତ୍ର ଭାବରେ ସମ୍ବନ୍ଧିତ କରାଯାଇଥିଲା । ମୁଖ୍ୟ ଆକର୍ଷଣରେ କୁନି କୁନି ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ୨୦୦୪ ମାଟ୍ରିକ ବ୍ୟାଚ ତରଫରୁ ପୁରସ୍କାର ବଣ୍ଟନ କରାଯାଇଥିଲା l ସମସ୍ତେ ବନ୍ଧୁମିଳନ କାର୍ଯ୍ୟକ୍ରମ ର ଭରପୁର ଆନନ୍ଦ ନେଇଥିଲେ l ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀମାନେ କେକ୍ କାଟି ପରସ୍ପର ମଧ୍ୟରେ କେକ ଖୁଆଇବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ ।ଏହାପରେ ଏକ ନୈଶ୍ୟ ଭୋଳିର ଆସର ଜମିଥିଲା । ଆଗାମୀ ଦିନରେ ଏହି ବନ୍ଧୁମିଳନ ଉତ୍ସବକୁ ଉଚ୍ଚକୋଟୀର କରିବାକୁ ଛାତ୍ରଛାତ୍ରୀମାନେ କହିଛନ୍ତି।
7