ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବୁଗୁଡ଼ା, 30/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରାଙ୍ଗଣରେ ମାଇଁ ଭାରତ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାକୁ ବିକାଶିତ କରିବା ଲକ୍ଷ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର , ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଦୀପ ଦାସ,ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ଓ ଶ୍ରୀନିବାସ ଦୋରାଙ୍କ ଉଭୟ ପରିଚାଳନାରେ ସହଯୋଗ କରିଥିଲେ। ପୁରୁଷ ଓ ମହିଳା ବର୍ଗର ଦୌଡ, ସ୍ଲୋ ସାଇକେଲ ରେସ୍, କବାଡି, ଫୁଟବଲ୍ ବ୍ୟାଡମିଣ୍ଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ସାଙ୍ଗକୁ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀକର ଭଞ୍ଜ ଯୁବ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ, ଉପସଭାପତି ଚନ୍ଦନ ସ୍ବାଇଁ, ସମ୍ପାଦକ ବିକ୍ରମ ସେଠୀ ,ସହ ସଂପାଦକ ଆଶୁତୋଷ ମହାପାତ୍ର,ସଂଯୋଜକ ସତ୍ୟ ପ୍ରକାଶ ନାୟକ, ଅଭିଜିତ ପାଳ,ଦୀପକ ସାହୁ,ମଳୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
Article Image
18