ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ପାଳିତ

ବୁଗୁଡ଼ା, 30/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଅର୍କକ୍ଷେତ୍ର ବୁଗୁଡ଼ା ସ୍ଥିତ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ପବିତ୍ର ଶାମ୍ବ ଦଶମୀ ପର୍ବ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି। ସୂର୍ଯ୍ୟ ଦେବଙ୍କ ପୂଜାରାଧନା ପାଇଁ ଉଦ୍ଦିଷ୍ଟ ଏହି ପର୍ବ ଅବସରରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।ଧର୍ମୀୟ ରୀତିନୀତି ଓ ପୂଜାରାଧନା ଦିବସର ପ୍ରତ୍ୟୁଷରୁ ପ୍ରଭୁ ବିରଞ୍ଚି ନାରାୟଣଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ଓ ବାଲ ସୂର୍ଯ୍ୟପୂଜା ସମ୍ପନ୍ନ ହୋଇଥିଲା। ପରେ ତ୍ରିକାଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଧିବଦ୍ଧ ଭାବେ ହୋମ ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଏହି ଯଜ୍ଞରେ ବୈଷ୍ଣବ ଚରଣ ଦାଶ, ଚିନ୍ମୟ ଦାଶ, ଶିବ ପ୍ରସାଦ ଦାଶ ଓ ଶ୍ରୀକାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ମହନ୍ତ ଭକ୍ତରାମ ଦାସ ହୋମ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା, ସନ୍ଧ୍ୟା ଆଳତି, ରାଜ ଭୋଗ ଓ ପ୍ରଭୁଙ୍କ ବଡ଼ ସିଂହାର ନୀତି ପୂଜକ ଉମାକାନ୍ତ ଦାଶଙ୍କ ଦ୍ୱାରା ଯଥାବିଧି ସମ୍ପନ୍ନ ହୋଇଥିଲା। ବିଶ୍ୱାସ ରହିଛି ଯେ, ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କଲେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ମିଳିଥାଏ। ଏହି ପରିପ୍ରେକ୍ଷୀରେ ନିଜର ଚର୍ମରୋଗରୁ ମୁକ୍ତି ପାଇଁ ବହୁ ମାନସିକଧାରୀ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ।
6