ଜଗତସିଂହପୁର, 30/12/2025, ଉତ୍କଳ voice news - utkalvoicenews.com( ସରୋଜ ନାୟକଙ୍କ ରିପୋର୍ଟ ) :

ବିଳମ୍ବରେ ହେଲେ ମଧ୍ୟ ଓଡିଶାସରକାର, ଇଂରାଜୀ ନୂଆବର୍ଷ କୁ ସରକାରୀ ସ୍ତରରେ ପାଳନ କରିବାକୁ ବାରଣ କରିଥିବାରୁ ସବୁଆଡୁ ପ୍ରଶଂସା କରାଯାଇଛି |ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ |ପୁନଶ୍ଚ ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର, ଶ୍ରୀଜଗନ୍ନାଥ ମନ୍ଦିରରେ, ବିଦେଶୀ ନୂଆବର୍ଷ ଲାଗି ପହୁଡ଼ନିତିରେ, ପୂର୍ବ ବର୍ଷ ଅପେକ୍ଷା ଆଂଶିକ ପରିବର୍ତନ କରି, ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇଛନ୍ତି |
ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ, ଜଗତସିଂହପୁର ଦୀର୍ଘବର୍ଷଧରି, ଇଂରାଜୀ ନୂଆବର୍ଷ ପରିବର୍ତ୍ତେ, ପଣାସଂକ୍ରାନ୍ତିକୁ ଓଡିଆନୂଆ ବର୍ଷ ରୂପେ ପାଳନ କରିବାକୁ ଦାବୀ କରି ଆସୁଛି |ଭୋଗଵାଦୀ ମାନସିକତା ପାଇଁ, ଶ୍ରୀମନ୍ଦିରରେ ଶ୍ରୀଜୀଉ ଙ୍କ ନୀତିକାନ୍ତିରେ ପରିବର୍ତନ କରାନଯାଉ |ଏହିମର୍ମରେ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର କର୍ମକର୍ତା ସାମ୍ବାଦିକ ଅରୁଣ କୁମାର ଆଚାର୍ଯ୍ୟ, ଡକ୍ଟର ଅରୁଣ କୁମାର ପାଣି, ବିକ୍ରମ ମହାନ୍ତି, ସରୋଜ ନାୟକ,ପ୍ରମୁଖ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଧୃତିଧର ଦାସ ଙ୍କ ନେତୃତ୍ୱରେ, ଶ୍ରୀମନ୍ଦିର ପ୍ରଶାସକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 2019ମସିହାରୁ ଦାବୀପତ୍ର ପ୍ରଦାନ କରିଆସୁଛନ୍ତି |ଓଡ଼ିଆର ସ୍ୱାଭିମାନ ପାଇଁ ପଣାସଂକ୍ରାନ୍ତି କୁ ଓଡ଼ିଆ ନୂଆ ବର୍ଷ ରୂପେ ପାଳନ କରିବାକୁ ନିବେଦନ କରିଛନ୍ତି |