ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଳାର ୫ମ ବାର୍ଷିକ ଉତ୍ସବ

ରାୟଗଡ଼ା, 30/12/2025, ଉତ୍କଳ voice news - utkalvoicenews.com *ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା*
Article Image
( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଳା ତାହାର ୫ମ ବାର୍ଷିକ ଉତ୍ସବ ରାୟଗଡ଼ା ଉପକଣ୍ଠ କୋତାପେଟା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ବୃଦ୍ଧାଶ୍ରମ ଠାରେ ୫୦ଜଣ ଅନ୍ତେବାସୀଙ୍କ ଗହଣରେ ଶୃଙ୍ଖଳାର ସହ ପାଳିତ କରିଛି । ଏହି ଅବସରରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଳା ସଭାପତି ସୁବାଷ ଚନ୍ଦ୍ର ସୂଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଦୁଇଟି ସୋପାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସୋପାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝି ଯୋଗ ଦେଇଥିବା ବେଳେ ସମ୍ମାନତୀ ଅତିଥି ଭାବେ ରାୟଗଡା ଜିଲ୍ଳା ଅତିରିକ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦେବରାଜ ଟାକ୍ରି ଯୋଗ ଦେଇଥିଲେ । ପ୍ରେସ ୟୁନିୟନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ,ଉପଢୈାକନ ଓ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଫୋଟ ସ୍ମାରକୀ ଉପହାର ଭାବେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଳା ପରାମର୍ଶଦାତା ତଥା ସାମ୍ବାଦିକ ଶିବ ନାରାୟଣ ଗୈାଡ ଅତିଥିଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗତ ୨୦୨୦ମସିହାରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଳା ସାମ୍ବାଦିକ ସଂଘ ଗଠନ ହୋଇଥିଲା । ବହୁ ବାଧାବିଘ୍ନକୁ ସମ୍ମୁଖୀନ କରି ୟୁନିୟନର ସମସ୍ତ ବୃତିଗତ ସାମ୍ବାଦକି ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ,ସାମାଜିକ ଅଧିକାର,ସାମାଜିକ କାର୍ଯ୍ୟକ୍ରମ ଓ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ୟୁନିୟନ ପକ୍ଷରୁ ବିଭିନ୍ନ ସମୟରେ କରାଯାଇଥିବା ଅନେକ କାର୍ଯକ୍ରମ ବିଷୟରେ ସଭାପତି ଶ୍ରୀ ସୂର୍ଯ୍ୟ ଆଲୋକପାତ କରିଥିଲେ । ସେହିପରି ୟୁନିୟନର ସାଧାରଣ ସଂପାଦକ ବିଜୟ କୁମାର ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଙ୍ଘ ର ଉପ ସଭାପତି ଶ୍ରୀନିବାସ ମହାପାତ୍ର ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝି ପଂଚତତ୍ୱ ବିଷୟରେ ଆଲୋକପାତ କରିବା ସହ ଅନ୍ତେବାସୀମାନଙ୍କୁ ସମସ୍ତ ଦୁଃଖକଷ୍ଟ ଭୁଲି ଖୁସିରେ ରହିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ୫ମ ବାର୍ଷିକ ଉତ୍ସବ ପାଳନରେ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଟାକ୍ରି ମଧ୍ୟ ଗଣମାଧ୍ୟମ ସମାଜର ଏକ ସ୍ୱଚ୍ଛ ଦର୍ପଣ ହୋଇଥିବାରୁ ଆଜି ଲୋକେ ପ୍ରତିଟି ସତ୍ୟ ଖବର ପାଇପାରୁଛନ୍ତି ବୋଲି କହିଥିଲେ । ପରେ ଦ୍ୱିତୀୟ ସୋପାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଉପଜିଲ୍ଳାପାଳ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତେବାସୀମାନଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରିବା ସହ ବରିଷ୍ଠ ନାଗରିକଙ୍କ ଗହଣରେ ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଳାର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସୋପାନରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଶକ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ରମେଶ କୁମାର ନାୟକ ଯୋଗ ଦେଇଥିଲେ । ଦୁଇଟି ସୋପାନରେ ଆୟୋଜିତ କାର୍ଯ୍ୟକ୍ରମରେ ମାତୃଶକ୍ତି ବରିଷ୍ଠ ନାଗରିକ ବୃଦ୍ଧାଶ୍ରମରେ ରହୁଥିବା ୨୫ଜଣ ମହିଳା ଓ ୨୫ଜଣ ପୁରୁଷ ମୋଟ ୫୦ଜଣଙ୍କୁ ଶାଢୀ,ଲୁଙ୍ଗି,ତଉଲିଆ ଆଦି ଉପହାର ପ୍ରଦାନ କରିବା ସହ ୟୁନିୟନର ସଭ୍ୟମାନଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବି.ଭି.ରାମଣା,କେ.କ୍ରିଷ୍ଣାମୂର୍ତି ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୟୁନିୟନର ସଭ୍ୟ କୋମଳ ଲୋଚନ,ରବି ପାତ୍ର,ନିରଂଜନ ନିମାଲା,ମୂରଲି ବଚା,ସନ୍ତୋଷ ପାଣି,ସଦାନନ୍ଦ ପେଦେଂଟି,ଆକାଶ ଗରଡିଆ,ଅକ୍ଷୟ ମହାନନ୍ଦିଆ,ନରେନ୍ଦ୍ର ନିଶାଲ, ଆକାଶ କୁମାର ଗରଦିଆ,ଉଦୟ କିରଣ,କୋଣ୍ଡା ସୁରେଶଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।
8