ଉତ୍କଳ voice news - utkalvoicenews.com
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
କୁଜଙ୍ଗ ଏନ ଏ ସି ଦାବିରେ ବୁଧବାର ସର୍ବଦଳୀୟ ବୈଠକ
କୁଜଙ୍ଗ, 31/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗକୁ ଏନ ଏ ସି ଦାବିକରି 28/12/2025 ରବିବାର ଅପରାହ୍ନରେ ସ୍ଥାନୀୟ ଲୋକନାଥ ଭବନ ଠାରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଆସନ୍ତା ବୁଧବାର ସର୍ବ ଦଳୀୟ ସଭା ପାଇଁ ଆହ୍ୱାନ ଦିଆଯାଇଛି l ମଞ୍ଚ ଆବାହକ ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ପାରାଦୀପ ବିଧାୟକ ତଥା ମନ୍ତୀ କୁଜଙ୍ଗକୁ ଏନ ଏ ସି ଘୋଷଣା କରିବାକୁ ଦେଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇ ନଥିବା ଆଲୋଚନା ହୋଇଥିଲା l ପୂର୍ବ ବିଜେଡି ସରକାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଜଙ୍ଗକୁ ଏନ ଏ ସି କରିଥିଲେ l ପରେ ବିଜେପି ସରକାର ଆସିବା ପରେ ପୁନଃ ଘୋଷଣାରେ କୁଜଙ୍ଗ ବାଦ ପଡିଥିଲା l କୁଜଙ୍ଗ ଜନସାଧାରଣ ସରକାରଙ୍କୁ ଦାବିପତ୍ର ଦେଇଥିଲେ ଓ ପ୍ରତିବାଦରେ କୁଜଙ୍ଗ ବନ୍ଦ ଡାକରା ଦେଇଥିଲେ l ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆନ୍ଦୋଳନକାରିଙ୍କ ସହିତ ପାରାଦ୍ୱୀପ ସରକିଟ ହାଉସରେ ସକାରାତ୍ମକ ଆଲୋଚନା କରି ଖୁବ ଶୀଘ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଏନ ଏ ସି ଘୋଷଣା ହେବାକୁ ପ୍ରତିଶୃତି ଦେଇଥିଲେ l ତେବେ ଇତି ମଧ୍ୟରେ ତିନି ମାସ ଟପି ଯାଇଥିବାରୁ ଏନ ଏ ସି ଘୋଷଣା ନହେବାରୁ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏଥିନେଇ ବୁଧବାର ପୁନଃ ଆନ୍ଦୋଳନ ପାଇଁ ସର୍ବ ଦଳୀୟ ଓ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ କଠୋର ନିଷ୍ପତି ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି l ଆଜି ବୈଠକରେ ମଞ୍ଚର ନେତୃତ୍ୱ ଜିନମୟୀ ସାହାଣୀ ,ବାବୁରାମ ଚୌଧୁରୀ ,କୈଳାଶ ଷଢଙ୍ଗୀ , ମନିନ୍ଦ୍ର ଗୁରୁ , ଓକିଲ ପ୍ରିୟମ୍ବଦା ପାଣି , ସୌଭାଗ୍ୟ ବିଶ୍ୱାଳ , ଦୁଷ୍ମନ୍ତ ମାଝୀ , ରଶ୍ମିରଞ୍ଜନ ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l