ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ପାଠଚକ୍ର

ବୁଗୁଡ଼ା, 31/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡିସେମ୍ବର ୩୦ ତାରିଖ ଦିନ ଏକ ରାଜ୍ୟ ସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ର କାର୍ଯ୍ୟକ୍ରମକୁ କଲେଜର ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ପାଠଚକ୍ର ଆଲୋଚନାର ଶୀର୍ଷକ ବିଷୟ ଥିଲା, "Reassessing Indian Democracy : Electoral Politics and Governance Challenges in Contemporary India"। ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ରୂପାଲି ପାତ୍ର, ପୂଜା ଗୌଡ଼, ପୂଜା ସ୍ବାଇଁ ଓ ଅମର ନାୟକ ସନ୍ଦର୍ଭ ପାଠ କରିଥିଲେ। ଏହାପରେ ଏକ ଆଲୋଚନା ହୋଇଥିଲା। ପାଠଚକ୍ରର ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଅମୀୟ କୁମାର ପରିଚା ଯୋଗଦେଇଥିଲେ। ଅଧ୍ୟାପକ ଲୋକନାଥ ବେହେରା ଗଣତନ୍ତ୍ରର ସଫଳତା ଓ ଉପକାରୀତା ବିଷୟରେ ଯେପରି ଜନସାଧାରଣ ଅବଗତ ହେବେ ସେଥିପାଇଁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଗଣତନ୍ତ୍ରର ଲକ୍ଷ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶେଷରେ ପ୍ରଥମ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
7