କୁଜଙ୍ଗ , 31/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ବନବିହାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢି ଆସିଥିବା ୨୦୨୨ ବ୍ୟାଚ୍ ର ବନ୍ଧୁ ମିଳନ ହୋଇଯାଇଛି। ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇନଥିଲେ ସତ , ତଥାପି ଏଥିରେ ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ନିଜ ମଧ୍ୟରେ ସମ୍ଭବତଃ ଅର୍ଥ ଆଦାୟ କରି *ଭଣ୍ଡୁଆ ଜଙ୍ଗଲରେ* ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ତୁଲାଇଛନ୍ତି। ଭୋଜିର ୪ ଦିନ ପୂର୍ବରୁ ବିଦ୍ୟାଳୟର ୨୦୨୨ ର ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜ ଶିକ୍ଷାନୁଷ୍ଠାନରୁ ଛୁଟି ଆଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଭୋଜିରେ ମୁଖ୍ୟତଃ ସହଯୋଗୀ - ବିଶ୍ୱଜିତ୍ ପରିଡ଼ା , ଓମ୍ ଦାସ୍ , ସତ୍ୟ ପ୍ରକାଶ ମହାନ୍ତି, ସୈରଭ ସାହୁ , ସନ୍ତୋଷ ବାରିକ୍ , ସତ୍ୟରଞ୍ଜନନାଥ , ମୃତ୍ୟୁଞ୍ଜୟ ବିଶ୍ଵାଳ , ସୋପ୍ନାରାଣୀ ନାଥ , ସୋପ୍ନା ନାଥ , ସୁଭାଷିସ୍ ରାୟ ଆହୁରି ଅନେକ ପୂର୍ବତନ
ଛାତ୍ରଛାତ୍ରୀ ମାନେ ବୁଝାବୁଝି କରିବା ସହିତ ଅନ୍ୟାନ୍ୟ ପିଲା ଭୋଜିରେ ଯୋଗ ଦେଇଥିଲେ ଓ ରୋଷେୟା ନନାଙ୍କୁ ମଧ୍ୟ କାମରେ ସାହାଯ୍ୟ କରିଥିଲେ।
ସମସ୍ତ ଛାତ୍ରଛାତ୍ରୀଙ୍କ ସହମତି ଏବଂ ସହାୟତା ଫଳରେ ଏହି ବନ୍ଧୁ ମିଳନର କାର୍ଯ୍ୟକ୍ରମ ତଥା ବନବିହାରୀ ଉଚ୍ଚ ବିଦ୍ୟାଳୟର ବଣ ଭୋଜି ସଂପୂର୍ଣ୍ଣ ହୋଇଥିଲା ।