ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା କେନ୍ଦୁଆଣି ସେଚ୍ଛାସେବୀ ସଂଗଠନ,ଚୁନବେଲାରୀ,ପାରାଦୀପ ଗଡ ତରଫରୁ ୪ର୍ଥ ବାର୍ଷିକ ଶୀତବସ୍ତ୍ର ବିତରଣ ଉତ୍ସଵ ଅନୁଷ୍ଠିତ

ପାରାଦୀପ ଗଡ, 01/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ଚୁନବେଲାରୀ ଓ କତକୁଲା ଗ୍ରାମର ଉଦୟୀମାନ୍ ଯୁବକ ମାନେ ମାନବ ସେବା କୁ ବ୍ରତ ରୂପେ ଗ୍ରହଣ କରି ନିଜସ୍ଵ ଅନୁଦାନରେ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାମରେ ଥିବା ସମସ୍ତ ବୟୋଜେଷ୍ଟ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ l
Article Image
ନବ ବର୍ଷ -୨୦୨୬ ଅବସରରେ ଏକ ଭବ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ, ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶରତ ରାଉତ, ଡାକ୍ତର ବିପିନ କୁମାର ସାମନ୍ତରାୟ, ରମେଶ ତ୍ରୀପାଠୀ, ଗୋଲାପରାଣୀ ସାହୁ, ପ୍ରହଲ୍ଲାଦ ବେହେରା, ଅଧ୍ୟାପକ ପ୍ରଣତୀ ପଣ୍ଡା, କେଶବ ଚନ୍ଦ୍ର ବେହେରା, ନିମାଇଁ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ପର୍ଶୁରାମ ବେହେରା ପ୍ରମୁଖ ଯୋଗଦେଇଥିଲ l ଉକ୍ତ କାର୍ଯ୍ୟକ୍ରମ କୁ ସଂଗଠନ ସଭାପତି ବାବାଜୀ ମହାପାତ୍ର, ଉପ ସଭାପତି ଅନୁପ କୁମାର ମହାପାତ୍ର, ସମ୍ପାଦକ ସାଗର ସାହୁ, ସହ ସମ୍ପାଦକ ଅନନ୍ତ ବିଶ୍ଵାଳ, କାର୍ଯ୍ୟକାରୀ କମିଟି ସଭ୍ୟ ଚନ୍ଦ୍ରକାନ୍ତ ସ୍ଵାଇଁ, ପ୍ରକାଶ ସାହୁ, ଅଜୟ ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ଉତ୍କଳ ମହାପାତ୍ର, ସରୋଜ ସାହୁ, ସୌଭାଗ୍ୟ ରାଉତ, ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l ସଂଗଠନ ତରଫରୁ ପୋଖରୀ ହୁଡା, ସ୍କୁଲ ପଡ଼ିଆ ରେ ଆଦି ଖାଲି ସ୍ଥାନରେ ୪୦୦ ବୃକ୍ଷ ରୋପଣ କରାଯାଇଥିଲା l ଉଦୀୟମାନ ଯୁବକ ମାନଙ୍କ ଏପରି ଜନହିତକର କାର୍ଯ୍ୟ କୁ ସବୁ ମହଲ ରୁ ପ୍ରଶଂସା କରାଯାଇଛି l
Article Image
5