ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶିଳ୍ପ ମନ୍ତ୍ରୀ

ଢେଙ୍କାନାଳ, 02/01/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵଇଁ ମଙ୍ଗଳବାର ଦିନିକିଆ ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳଳ ଗସ୍ତ କରିଛନ୍ତି । କାମାକ୍ଷାନଗର, କଙ୍କଡାହାଡ, ଭୁବନ ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । କଙ୍କଡାହାଡ ବ୍ଳକର ନୂତନ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍‌ଘାଟନ କରିବା ସହ ଆକାଂକ୍ଷୀ ଜିଲ୍ଲା ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ଵାଇଁ କାମାକ୍ଷାନଗର ବାଟଗାଁ ଅଙ୍ଗନୱାଡି କେନ୍ଦ୍ର ଓ ଆଦିସେବା କେନ୍ଦ୍ର ପରିଦର୍ଶନ କରିଥିଲେ। ଅଙ୍ଗନୱାର୍ଡ କର୍ମୀ, ପିଲାମାନଙ୍କ ସହ ଆଲୋଚନା କରିଥିଲେ । ବାଲିକୁମା ପଞ୍ଚାୟତ ଊର୍ବେଙ୍ଗୀ ଏପିସି କୃଷ୍ଟର ପରିଦର୍ଶନ କରିଥିଲେ । ପରେ କଙ୍କଡାହାଡରେ ପହଞ୍ଚି ପୂର୍ଣ ବିଭାଗର ବଙ୍ଗଳା, କଙ୍କଡାହାଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ କଙ୍କଡାହାଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାର ଉଦଘାଟନ କରିଥିଲେ। ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ। କଙ୍କଡାହାଡ ବ୍ଳକର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ। କଙ୍କଡାହାଡ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ୱାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷୀ, ଭିତ୍ତିଭୂମୀ ଓ ସାମାଜିକ ଉନ୍ନତି ଆଦି ପାଞ୍ଚଟି କ୍ଷେତ୍ରରେ ସମୀକ୍ଷା କରିଥିଲେ। ଜନଜାତୀଙ୍କ ଉନ୍ନତି ପାଇଁ ଏସବୁ କାର୍ଯ୍ୟକ୍ରମକୁ ଗୁରୁତ୍ବଦେଇ ସଫଳ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘନ ଜେନା, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଚାରୁଲତା ମିଶ୍ର ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠି ଧନ୍ୟବାଦ ଦେଇଥିଲେ।
5