ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟାଳୟ ଜୀବନର ବନ୍ଧୁତ୍ବ ଜୀବନସାରା ମନରେ ବଷା ବାନ୍ଧି ରହିଥାଏ

ଏରସମା, 02/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବିଦ୍ୟାଳୟ ଜୀବନର ବନ୍ଧୁତ୍ବ ଜୀବନସାରା ମନରେ ବଷା ବାନ୍ଧି ରହିଥାଏ। ଜୀବନରେ ଅନେକ ବନ୍ଧୁ ଆସିଲେ ମଧ୍ୟ ବିଦ୍ୟାଳର ଜୀବନର ବନ୍ଧୁ ପ୍ରକୣତ ବନ୍ଧୁ ବୋଲି ବକ୍ତା ମାନେ କହିଛନ୍ତି। ଏରସମା ନିକଟ ଗରେଇ ସରକାରୀ ହାଇସ୍କୁଲର ୨୦୦୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସ୍କୁଲ ପରିସରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିଥି ଓ ପୁରାତନ ଛାତ୍ରଛାତ୍ରୀ ମାନେ ଉପରୋକ୍ତ ମତ କରିଥିଲେ। ବିଦ୍ୟାଳୟର ଶିକ୍ଷକଶିକ୍ଷିକାଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି ଭବ୍ୟ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଅରୁଣୀମା ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଜଗନ୍ନାଥ ତତ୍ଵ ଗବେଷକ ତଥା ପ୍ରବଚକ ଅଭିନନ୍ଦନ ଦାସ ଓ ମୁଖ୍ୟବକ୍ତା ଜଣାଶୁଣା ଟିଭି ଆଙ୍କର ଭବାନୀ ଶଙ୍କର ମହାପାତ୍ର, ବିଦ୍ୟାଳୟର ଶିକ୍ଷକ ସୂକଦେବ ନାୟକ, ହଂମାଶୁ ଶେଖର ସାହୁ, ଶୁସାନ୍ତ ସାହୁ, ରାଜକିଶୋର ସାହୁ, ପ୍ରମୁଖ ଯୋଗଦେଇଥିଲେ। ପ୍ରାକ୍ତନ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ବହୁ ସମ୍ମାନୀୟ ଅତିଥି ଉପସ୍ଥିତ ରହିଥିଲେ। ପ୍ରଥମେ ଗୁରୁ ବନ୍ଦନା ସହ ଦିବଂଗତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା। ସ୍ୱାଗତ ସଙ୍ଗୀତ ସହ ସଭାମଣ୍ଡିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଦୀର୍ଘ ପଚିଶି ବର୍ଷ ପରେ ସାଙ୍ଗ ସାଥୀଙ୍କ ମେଳରେ ବନ୍ଧୁ ମିଳନ ଉତ୍ସବ ଏକ ନିଆରା ଭାବ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସତ୍ୟଦିପ ଦାସ, ପ୍ରଶାନ୍ତ କୁମାର ନାୟକ, ଶମ୍ଭୁ ପ୍ରସାଦ ମହାନ୍ତି, ଆଶିଷ କୁମାର ଆଚାର୍ଯ୍ୟ, ଅମ୍ବୁଜ ଜେନା ପ୍ରମୁଖ ପରିଚାଳନା କରିଥିଲେ।
5