ଏରସମା, 02/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ଫୌଜ ଦାରି, ଦେୱାନି ଅଦାଲତ ଏବଂ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ପ୍ରଥମ ଥର ଲାଗି ଓଡିଶା ସରକାରଙ୍କ ଦ୍ୱାରା ଏ. ପି. ପି. ନିଯୁକ୍ତି ପ୍ରଦାନ କରାଯାଇଛି। ଏରସମା ଫୈlଜଦାରୀ ଏବଂ ଦେଓ୍ବlନି ଅଦାଲତରେ ବରିଷ୍ଟ ଆଇନଜୀବୀ ରାଜେନ୍ଦ୍ର ନାରାୟଣ ସାହୁ, ଅକ୍ଷୟ ସ୍ୱାଇଁ ଓ ସୁବୋଧ ପ୍ରଧାନଙ୍କୁ ସରକାରି ଓକିଲ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ , ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବିନୋଦ କୁମାର ଦାସ ଓ ସୈlଭାଗ୍ୟ କୁମାର ଦାସଙ୍କୁ ନିଯୁକ୍ତି କରାଯାଇଛି। ଏହି ଅବସରରେ କୋର୍ଟ ପରିସରରେ ଏରସମା ବାର ଆସୋସିଏସନର ସଂପାଦକ ମୁରଲୀଧର ମଲ୍ଲିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।