ଏରସମା, 31/01/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ନୂତନ ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ପାଲଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଏମପି ଡ ବିଭୁ ପ୍ରସାଦ ତରାଇ ଯୋଗଦେଇ ସରସ୍ବତୀ ଶିଶୁ ମନ୍ଦିର ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଗ୍ରଗାମୀ ଭୂମିକା ଗ୍ରହଣ କରିଛି କହିବା ସହିତ ଛାତ୍ର ଛାତ୍ରୀଙ୍କୁ ଦିଆଯାଉଥିବା ନୈତିକ ଶିକ୍ଷା ସମାଜ ବଦଳାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ସଭାପତି ଡ କିଶୋର ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଉମେଶ ଚନ୍ଦ୍ର ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ନିରୁପମା ଗଛାୟତ ବାର୍ଷିକ ବିବରଣୀ ପାଠ କରିଥିଲେ। ସହଆଚାର୍ଯ୍ୟା ପୂଜାରିଣୀ ସ୍ୱାଇଁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ୩୦ଜଣ କୃତି ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ପାରାଦ୍ୱୀପ ସଂକୁଳ ପ୍ରମୁଖ ଗୌରାଙ୍ଗ ଚରଣ ସ୍ୱାଇଁ, ସଂକୁଳ ସଂଯୋଜକ ଧରଣୀଧର ପରିଡା, ଜଗତସିଂହପୁର ବିଭାଗ ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପରିଚାଳନା ସମିତି ଯୁଗ୍ମ ସମ୍ପାଦକ ଜ୍ୟୋତି ରଞ୍ଜନ କୁଅଁର, କୋଷାଧକ୍ଷ ବିଚିତ୍ରାନନ୍ଦ ଦାସ, ଗୁରୁମା ରୁକ୍ମୁଣୀ ସ୍ୱାଇଁ, ମାନସ୍ବିନୀ ସ୍ୱାଇଁ, ଅପରାଜିତା ସ୍ୱାଇଁ, ଲଷ୍ମୀପ୍ରିୟା ନାୟକ, ସ୍ନେହଲତା ସାହୁ, ଉର୍ବଶୀ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପରିଚାଳନା ସମିତିର ଉପସଭାପତି ଅକ୍ଷୟ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ଭାଇଭଉଣୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା।