କୁଜଙ୍ଗ ବ୍ଲକ ବାଲିଆ, 02/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

କୁଜଙ୍ଗ ବ୍ଲକ ବାଲିଆ ସ୍ଥିତ ଶ୍ରୀରାମ ଜ୍ଞାନ ମନ୍ଦିର ଠାରେ ବେଦମୂର୍ତ୍ତି ତପୋନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଏବଂ ଶାନ୍ତି ସ୍ୱରୂପା ମାତା ଭଗବତୀ ଦେବୀ ଶର୍ମାଙ୍କ ସୁକ୍ଷ୍ମ ସଂରକ୍ଷଣରେ ଇଂରାଜ ନୂତନ ବର୍ଷ ଉପଲକ୍ଷେ ଜାନୁଆରୀ ୧ତାରିଖ ୨୦୨୬ ଗୁରୁବାର ଦିନ ଉତ୍ସବ ପାଳନ କରାଯାଇଥିଲା।ଏହି ଅବସରରେ ପ୍ରାତଃ ୬ ଘଟିକା ସମୟରେ କଳସ ଯାତ୍ରା ସହିତ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।୧୯ ତମ ବାର୍ଷିକ ବିଜୟୀ ସମ୍ବର୍ଦ୍ଧନା ଉତ୍ସବ ୨୦୨୬ ଅନୁଷ୍ଠିତ ହେଇଥିଲା। ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତଥା ଶ୍ରୀରାମ ଜ୍ଞାନ ମନ୍ଦିର ବାଲିଆର ଅଧ୍ୟକ୍ଷ ପବିତ୍ର କୁମାର ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶ୍ ବିତ୍ ତଥା ଦିଶା ଆୟୁର୍ବେଦ ପଞ୍ଚକର୍ମ ହସ୍ପିଟାଲ୍ ଅଧ୍ୟକ୍ଷ ଡ.ଦେବଦତ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ,ପରିବେଶ ବିତ୍ ଜେନାମଣି ସୀତାକାନ୍ତ ଚୌଧୁରୀ,ମୁଖ୍ୟବ୍ୟକ୍ତା ଭାବେ ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ଶ୍ରୀମତୀ ଟୁନିଲତା ବିଶ୍ୱାଳ,ସମ୍ମାନୀୟ ଅତିଥିଭାବେ ରୋହିତ କୁମାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରୀରାମ ଜ୍ଞାନ ମନ୍ଦିର ଅନୁଷ୍ଠାନ କୁ ପ୍ରଂଶସା କରିଥିଲେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସୁନ୍ଦର ଆୟୋଜନ କରିଥିବାରୁ।ଏହି ଅନୁଷ୍ଠାନ ରୁ ଶିକ୍ଷା ଲାଭ କରି ପିଲାମାନେ ନିଜର ଉଜ୍ଜଳ ଭବିଷ୍ୟତ ଗଢି ସୁନାମ ଅର୍ଜନ କରି ଅନୁଷ୍ଠିଆନର ଗର୍ବ ଗୌରବ ବଢେଇଛନ୍ତି।ସମସ୍ତେ ଭଲ ପାଇଁ ପଢିବା ସହିତ ପିତାମାତା ଓ ଗୁରୁଜନମାନଙ୍କୁ ସମ୍ମାନ କରୁନ୍ତୁ ଜୀବନରେ ଭଲ ମଣିଷଟେ ହେବ କହି ଅନୁଷ୍ଠାନର ଦୀର୍ଘାୟୁ କାମନା କରିଛନ୍ତି। ପୂରାତନ ଛାତ୍ରଛାତ୍ରୀ ହାପିନା ଦାସ ରବୀନ୍ଦ୍ର ଭୋଳ, ସତ୍ୟରଞ୍ଜନ ସ୍ୱାଇଁ, ଜ୍ଞାନ ରଞ୍ଜନ ବାରିକ, ଦିଲୀପ ଓଝା,କାଜଲ ମ୍ୟାମ୍, ସୁଚିତ୍ରା ସେଠୀ,ରଘୁଆ ସୋନୁଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ,ଏବଂ ଅଞ୍ଚଳ ପ୍ରତିଭା ବାନ ବ୍ୟକ୍ତିତ୍ୱ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି କୁ ସଂପାଦନା କରିଛନ୍ତି ଶ୍ରୀରାମ ଜ୍ଞାନ ମନ୍ଦିର,ବାଲିଆ ସଭାପତି ପ୍ରଶାନ୍ତ କୁମାର ଲେଙ୍କା ଓ ଅନୁଷ୍ଠାନର କାର୍ଯ୍ୟର୍ତ୍ତା ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
