ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ, ପାରାଦୀପ ଗଡ ର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭୂମି ପୂଜା l

ପାରାଦୀପ ଗଡ, 02/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ପାରାଦୀପ ଗଡ ଠାରେ ୧୯୬୫ ମସିହାରେ ସ୍ଥାପିତ ଜିଲ୍ଲା ର ଦ୍ୱିତୀୟ ବୃହତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୭୫୦ ରୁ ଉର୍ଦ୍ଧ୍ବ ଛାତ୍ର, ଛାତ୍ରୀ ଅଧ୍ୟୟନ କରନ୍ତି l ଦୀର୍ଘ ବର୍ଷ ହେବ ଶ୍ରେଣୀଗୃହ ଅଭାବ ଥିବାରୁ ୨୦୧୨ ମସିହାରେ ଶ୍ରୀମତୀ ସସ୍ମିତା
Article Image
ବେହେରା ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତ ର ଅନୁଦାନ, ସର୍ବଶିକ୍ଷା ଅଭିଯାନ ଓ ଏସାର୍ ଷ୍ଟିଲ୍ କମ୍ପାନୀ ସହାୟତାରେ ଆଠ ଗୋଟି ଶ୍ରେଣୀଗୃହ ନିର୍ମାଣ କରିବା ସହିତ ସ୍କଲ୍ ସୀମାରେ ପ୍ରାଚେରୀ ନିର୍ମାଣ କରାଯାଇଥିଲା, ତଥାପି ଛାତ୍ର, ଛାତ୍ରୀ ଙ୍କ ତୁଳନାରେ ଯଥେଷ୍ଟ ପରିମାଣ ର ଶ୍ରେଣୀ ଗୃହ ନ ଥିବାରୁ ଦୀର୍ଘ ଦିନ ଧରି ଛାତ୍ର, ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ l ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ସ୍କୁଲ ର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଙ୍କୁ ଜଣାଇବା ପରେ ସେ ତୁରନ୍ତ ସରକାରୀ ଅଧିକାରୀ ଓ କଳକାରଖାନା କତୃପକ୍ଷ ଙ୍କୁ ଜଣାଇଥିଲେ l ଫଳରେ ଇଣ୍ଡିଆନ ଅଏଲ ଆଦାନୀ ଭେଞ୍ଚର ଲିମିଟେଡ ତାଙ୍କର ସାମାଜିକ ଦାୟିତ୍ୱବୋଧ ପାଣ୍ଠିରୁ ଏକ ଦୁଇ ମହଲା ବିଶିଷ୍ଟ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କୁ ଜଣାଇଥିଲ, ପ୍ରଥମ ପର୍ଯ୍ୟାୟରେ ପ୍ରଥମ ମହଲା ପୂର୍ଣ୍ଣାଙ୍ଗ ହେବା ପରେ ଆଜି ଦ୍ୱିତୀୟ ମହଲା ପାଇଁ ପୂଜାର୍ଚ୍ଚନା କରାଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ର ସିଇଓ ଏବଂ ଡାଇରେକ୍ଟର ରେଜିଥ୍ ଭାଷ୍କର, ସମ୍ମାନିତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଏନ୍.ଭି. ସୁବ୍ରମଣ୍ୟମ, ବ୍ରିଜଭୁସନ୍ ଦ୍ୱିବେଦୀ, ସତ୍ୟରଞ୍ଜନ ନାୟକ, ପ୍ରିତି ରଞ୍ଜନ ବେହେରା, ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ, ପ୍ରଭାତ ନଳିନୀ ବେହେରା, ସାଗରିକା ସ୍ଵାଇଁ, ମୀନର୍ଭା ସ୍ଵାଇଁ, ରମାକାନ୍ତ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇଥିଲେ l
Article Image
Article Image
5